ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜିପୁରୁ ଶନି ମନ୍ଦିରର ଚଉଦ ତମ ବାର୍ଷିକ ଯଜ୍ଞ ମହୋତ୍ସବ

ଏରସମା, 04/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମରେ ଶନିଦେବଙ୍କ ଚଉଦ ତମ ବାର୍ଷିକ ମହୋତ୍ସବ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଦିବସରେ କଳସାଧିବାସ,ସୂର୍ଯ୍ୟପୂଜା, ଗୋପୂଜା,ଶିଖରୀସ୍ନାନ,ଷୋଡ଼ଷ ଉପଚାର ପୂଜା,ଯଜ୍ଞ ପୂର୍ଣ୍ଣାହୁତି ଓ ପ୍ରଶାଦ ସେବନ କରାଯାଇଥିଲା।ଏହି ମହୋତ୍ସବ ୧/୫/୨୫ ଗୁରୁବାର ଠାରୁ ଆରମ୍ଭ ହୋଇ ୪/୫/୨୫ ରବିବାର ପର୍ଯ୍ୟନ୍ତ ଚାଲୁରହିବ। ସନ୍ତୋଷ କୁମାର ଦାସ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।ପଣ୍ଡିତ ନିତ୍ୟାନନ୍ଦ ଦାଶ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ସନ୍ଧ୍ୟାରେ ଭକ୍ତି ମୂର୍ଚ୍ଛନା,ଭଜନ ସନ୍ଧ୍ୟା ଭଜନ ପରିବେଷଣ କରାଯାଇଥିଲା। ଶନିଦେବଙ୍କ ଶ୍ରଦ୍ଧାଳୁମାନେ ଶନି ମନ୍ଦିର ଆଗରେ ଦୀପ ଜାଳି ଥିଲେ । ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା, ତିନି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ,ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା,ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ଯୋଗଦେଇଥିଲେ।ବିଜିପୁର ଶନି ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟିର ସଭାପତି ରବିନ୍ଦ୍ର କୁମାର ପଣ୍ଡା, ସମାଜସେବୀ କେତନ କୁମାର ମିଶ୍ରଙ୍କ ସମେତ ବିଜୁପୁର ଶନି ମନ୍ଦିର ଟ୍ରଷ୍ଟିବୋର୍ଡର ସମସ୍ତ ସଭ୍ୟ ବୃନ୍ଦ ଉତ୍ସବ ପରିଚାଳନା କରିଥିଲେ। ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
Article Image
10