ଏରସମା, 04/05/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ବାମଦେଇପୁରୁ ପଞ୍ଚାୟତ ଅନ୍ତର୍ଗତ କଙ୍କରଦିଆ ଗ୍ରାମ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି ଆନୁକୁଲ୍ୟରେ ସପ୍ତମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ତା ୩୦/୪/୨୫/ରିଖ ବୁଧବାର ଦିନ ପ୍ରଥମ ଦିବସରେ ନଟବର ବାରିକଙ୍କ ନିର୍ଦ୍ଦେଶନା ନାଟକ ଆସିଛି ଏକା ଯିବି ମୁଁ ଏକା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି କଙ୍କରଦିଆ ପରିବେଷଣ କରିଥିଲା। ଦ୍ଵିତୀୟ ଦିବସରେ ରଞ୍ଜନ ବର୍ଦ୍ଧନଙ୍କ ନିର୍ଦ୍ଦେଶନା ନାଟକ ହା କୃଷ୍ଣ ବୋଲି ଯାଉ ଯିବ ମା"ଶ୍ୟାମାକାଳୀ ଡ଼୍ୟାମାଟିକ୍ କ୍ଲବ ଉଦୟବଟ ପରିବେଶଣ କରିଥିଲା। ତୃତୀୟ ଦିବସରେ ସମ୍ପଦ କୁମାର ବେହେରାଙ୍କ ନିର୍ଦ୍ଦେଶିତ ନାଟକ ଏ ଆଖି କାନ୍ଦୁଛି ତୋରିପାଇଁ ମଞ୍ଚମଞୀଳ କଳା ପରିଷଦ ଜଗତସିଂହପୁର ନାଟକ ପରିବେଷଣ କରିଥିବା ବେଳେ ଚତୁର୍ଥ ତଥା ଅନ୍ତିମ ଦିବସରେ ବୁଲୁ ବିଶ୍ଵାଳଙ୍କ ନିର୍ଦ୍ଦେଶିତ ନାଟକ ସ୍ଵାମୀ ପାଇଁ ପଛେ ନର୍କକୁ ଯିବି ମା" ପାଦୁକେଇ ଯୁବ ନାଟ ସଂସଦ ବାଣେଶ୍ୱର, ଖୋର୍ଦ୍ଧା ନାକ ପରିବେଶଣ କରିଥିଲା। ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବା ନୀଳକଣ୍ଠେଶ୍ଵର ମନ୍ଦିରରେ ପ୍ରଦୀପ ପ୍ରଜ୍ୟୋଳନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦିନକୁ ଦିନ ଲୋପ ପାଇଯାଇଥିବାରୁ ସମସ୍ତେ ଏକାଠି ହୋଇ ଭାଇଚାରା ବଜାୟ ରଖିବା ସହିତ କଳାକୁ ବଞ୍ଚାଇଥିବାରୁ ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତିର ପିଲାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଚ୍ଛାୟତ ଓ ବାମଦେଇପୁରୁ ପଞ୍ଚାୟତ ପୃର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ ଯୋଗଦେଇ ଥିଲେ। ମଞ୍ଚମଞୀଳ କଳା ପରିଷଦ ଜଗତସିଂହପୁର ଚମ୍ପିୟାନ ହୋଇଥିଲା। ଭୋର୍ ୫ ଘଟିକା ସମୟରେ ବାଲିତୁଠ ସମବାୟ ସମିତିର ସଭାପତି ତଥା ବାମଦେଇପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରିହର ଲିଙ୍ଗରାଜ ମହାନ୍ତି ଓ ବାମଦେଇପୁରୁ ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ।ବିଚାରକ ଭାବେ ଡ଼ ଦେବଦତ୍ତ ସାମନ୍ତରାୟ,ମଳୟ ରାଉତ ଓ ଗ୍ୟୈlତ୍ତମ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି କଙ୍କରଦିଆର ମାର୍ଗଦଷ୍ଟା ମାନସ ଦଳାଇ,ପରିଚାଳକ ସନ୍ତୋଷ ସାହୁ, ସଭାପତି ତୁଳସୀ ପ୍ରସାଦ ଦାଶ, ଉପସଭାପତି ଜ୍ୟୋତି ପ୍ରକାଶ ମହାନ୍ତି, ହରିଶ୍ଚନ୍ଦ୍ର ଦଳାଇ, କୋଷାଧ୍ୟକ୍ଷ ସୁବାଷ ପାତ୍ର,ଦେବ ପ୍ରସାଦ ପରିଡ଼ା, ସରୋଜ ନାୟକଙ୍କ ସମେତ ବାବା ନୀଳକଣ୍ଠେଶ୍ଵର ସାଂସ୍କୃତିକ ସମିତି କଙ୍କରଦିଆର ସମସ୍ତ ଗ୍ରାମବାସୀମାନେ ଉତ୍ସବ ପରିଚାଳନା କରିଥିଲେ।