ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ କଲ୍ୟାଣ ମଣ୍ଡପକୁ ନେଇ ଉଠିଲା ପ୍ରଶ୍ନ।

କୁଜଙ୍ଗ, 28/12/2024, ଉତ୍କଳ voice news - utkalvoicenews.comମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା।ମାଲି ମକଦ୍ଦମା ସତ୍ୱେ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଚାଲିଛି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ।
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ପଞ୍ଚାୟତ କଲ୍ୟାଣ ମଣ୍ଡପକୁ ସମୀର କୁମାର ସୂତାର ବର୍ଷିକିୟା ଲିଜ୍ ସୂତ୍ରରେ ନେଇଥିଲେ।ମାତ୍ର ଲିଜ୍ ସୁତ୍ରର ସମୟ ସୀମା ଶେଷ ହେବାରୁ ସେ କୁଜଙ୍ଗ ସିଭିଲ୍ ଜଜ୍ ସିନିୟର୍ ଡ଼ିଭିଜନଙ୍କ ଅଦାଲତରେ ଏକ ମକଦ୍ଦମା ଦାୟର କରିଛନ୍ତି।ଯାହାର ସି.ଏସ.କେସ ନଂ ୩୩୩/୨୦୨୪ ଆଇ.ଏ.ନଂ ୨୪୯/୨୦୨୪।ତେବେ ମାନ୍ୟବର ଅଦାଲତରେ ଏହାର ବିଚାର ଧୀନ ଥିବା ଉକ୍ତ କଲ୍ୟାଣ ମଣ୍ଡପ ଉପରେ ମାଲି ମକଦ୍ଦମା ରୁଜ୍ଜୁ ହୋଇଛି।ମାତ୍ର ଆଇନ ଆଖିରେ ଧୂଳି ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ଜଣାପଡିଛି।କୋର୍ଟ ଆଦେଶକୁ ଅବମାନନା କରି କଲ୍ୟାଣ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ନେଇ ଜନ ସାଧାରଣଙ୍କ ତରଫରୁ ଉଠିଲା ପ୍ରଶ୍ନ।ଯାହାକୁ ନେଇ କୁଜଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ ଏ ବାବଦରେ କୁଜଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବା ସହିତ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି।
1