ଏରସମା, 05/05/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ବଜାରରେ ଓଡ଼ିଶା ଗ୍ରାମିଣ ବ୍ୟାଙ୍କ ଚଟୁଆ ଶାଖା ଓ ମା"ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ମିଳିତ ସହଯୋଗରେ ଜଳଛତ୍ର ଖୋଲାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଚଟୁଆ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ପ୍ରଦୀପ୍ତ କୁମାର ନାୟକ ଚଟୁଆ ମା" ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବର ମାନଙ୍କ ସହିତ ଆଲୋଚନା କରି ଜଳଛତ୍ର ଖୋଲିଛନ୍ତି। ବାଟରେ ଯାଉଥିବା ସମସ୍ତ ପଥ ଚାରୀ ମାନଙ୍କୁ ଆଜି ଦହି ସରବତ ଯୋଗାଇ ଦିଆଯାଇଥିଲା। ଗ୍ରୀଷ୍ମ ପ୍ରବାହ ଯେତେଦିନ ପର୍ଯ୍ୟନ୍ତ ରହିବ ଜଳଛତ୍ର ଚାଲୁ ରହିବ ବୋଲି ଚଟୁଆ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ନାୟକ କହିଛନ୍ତ। ଜଳଛତ୍ର କାର୍ଯ୍ୟକ୍ରମକୁ ମା" ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଅହଲ୍ୟା ମିଶ୍ର,ସଂପାଦୀକା ମିନତୀ ପାତ୍ର, ପ୍ରତିମା ପାତ୍ର,ଶୈଳବାଳା ସାହୁ ଗୈ।ରି ପାତ୍ର, ଚଟୁଆ ବ୍ୟାଙ୍କ ମିତ୍ର ପୁଷ୍ପଲତା ଦଳାଇ ସହଯୋଗ କରିଛନ୍ତି।