ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦ୍ବାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା'ଙ୍କ ଘଟ ପରିକ୍ରମା, ୭ ମେଢ ଲୋକାର୍ପିତ

ବୁଗୁଡ଼ା, 06/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଦ୍ବାଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା'ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ଏମ୍.ଲକ୍ଷ୍ମୀ ପାତ୍ର, ଟି.ସସ୍ମିତା ସାମନ୍ତରା, ଏସ୍.ମୋନାଲିସା, ଡି.ରେଶମା ପାତ୍ର, ସୁନିତା ପାତ୍ର ପ୍ରମୁଖ ଘଟ ଧାରଣ ପୂର୍ବକ ବଳଦେବ ମନ୍ଦିର, ପୋଲିସ ଥାନା ରୋଡ, ହାଇସ୍କୁଲ ଛକ, ନୂଆଁ ବସଷ୍ଟାଣ୍ଡ, ମଦନ ମୋହନ ଛକ, ବୁଦ୍ଧଖୋଲ ରୋଡ ଛକ, ପୋଲସରା ରୋଡ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା'ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ଶିବ ପାର୍ବତୀ, ମହାବୀର ହନୁମାନ ପଟୁଆର ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଅନ୍ୟପକ୍ଷରେ ଆଜି କାର୍ଜି ସାହିର "ବ୍ଯାଘ୍ରଦେବୀ" ମେଢ, ଟୁଣୁଟୁଣିଆ ସାହିର "ଶିବ ପାର୍ବତୀ" ମେଢ, ରଘୁନାଥ ସାହିର "ଶ୍ରୀ ରାମ" ମେଢ, ବେତାରସିଂ ରୋଡର "ଅନନ୍ତ ଶୟନ" ମେଢ, ମେଡିକାଲ ଛକର "ରାମଲାଲ" ମେଢ, ଅନ୍ଧାରିଆ ସାହିର "ଶ୍ରୀ ଜଗନ୍ନାଥ" ମେଢ, ନୂଆସାହିର "ଶ୍ରୀ ଗଣେଶ" ମେଢ ଲୋକାର୍ପିତ ହୋଇଥିଲା ।
Article Image
1