ଏରସମା, 07/05/2025, ଉତ୍କଳ voice news - utkalvoicenews.com

ଗୋବିନ୍ଦପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ ଅନୁଷ୍ଠିତ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଏରସମା ବ୍ଲକ୍ ପ୍ରଶାସନ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ପରିଚାଳନା କମିଟି,ଗୋବିନ୍ଦପୁର ,ଢ଼ିଙ୍କିଆ ପଞ୍ଚାୟତ ର ମିଳିତ ସଂଯୋଜନା ରେ ଏକ ଅଭ୍ୟାସ ଶିବିର ସ୍ଥାନୀୟ ଆଶ୍ରୟସ୍ଥଳ ଠାରେ ଅନୁଷ୍ଠିତ ହୋଇଥିଲା। ପହଲଗାମ ଆକ୍ରମଣ ପରେ ଆସନ୍ନ ଯୁଦ୍ଧ ସମୟରେ କିପରି ସ୍ଥାନୀୟ ଲୋକ ମାନେ ବିଭିନ୍ନ ନିରାପତ୍ତା ଉପାୟ ଅବଲମ୍ବନ କରିବେ ତାହା ସମ୍ବନ୍ଧରେ ଆଲୋକପାତ ହୋଇଥିଲା। ଏଥିରେ ଏରସମା ବ୍ଲକ ର ଏଡିଓ ନୃସିଂହ ଶୁକ୍ଲ, ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ଶେଖର ଜେନା, ପରିଚାଳନା କମିଟି ସମ୍ପାଦକ ସମାଜସେବୀ ରଞ୍ଜନ ବର୍ଦ୍ଧନ, ନାଏବ ସରପଞ୍ଚ ତୀର୍ଥଙ୍କର ଦାସ, ଏମ ବି କେ ସଂଧ୍ୟାରାଣୀ ପାତ୍ର,ଅଙ୍ଗନୱାଡି କର୍ମୀ ସାବିତ୍ରୀ ରାଉତ,କମିଟି ସଦସ୍ୟ ଯୁବ ସ୍ବେଛାସେବୀ ପ୍ରଭାତ ରାଉତ ପ୍ରମୁଖ ଯୋଗଦେଇ ଏହା ସମ୍ବନ୍ଧରେ ଆଲୋଚନା କରିଥିଲେ।
ପାକିସ୍ଥାନ ର ଦୋମୁହାଁ ନୀତି ଏବଂ ଆତଙ୍କବାଦ କୁ ପ୍ରଶୟ ଦେବାକୁ ସାମୂହିକ ଭାବେ ନିନ୍ଦା କରାଯାଇଥିଲା। ପହଲଗାମ ଆକ୍ରମଣ ରେ ସହିଦ ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। କେନ୍ଦ୍ର ସରକାର ଙ୍କ ସିନ୍ଦୂର ଅପରେସନ କୁ ନୈତିକ ସମର୍ଥନ କରାଯାଇ ସୈନ୍ୟ ବାହିନୀ ପାଇଁ ଠାକୁର ଙ୍କୁ ପ୍ରାର୍ଥନା କରାଗଲା।