ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସି ଏଚେ ସି କରିବାକୁ ଦାବି

ଏରସମା, 07/05/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ ଅଧିନ ବାଲିତୁଠ ସ୍ଵାସ୍ଥ୍ୟକେନ୍ଦ୍ରକୁ ଦୈନନ୍ଦିନ ଆଖପାଖ ୧୫ ଗୋଟି ପଞ୍ଚାୟତରୁ ସହସ୍ରାଧିକ ରୋଗୀ ସ୍ଵାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି।ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରଙ୍କ ତରଫରୁ ନିଯୁକ୍ତ ଆୟୁଷ ଡାକ୍ତର ଗିରିଜା ଶଙ୍କର ମହାପାତ୍ର ଏବଂ ଫାର୍ମ।ଷିଷ୍ଟ୍ ପ୍ରସନ
Article Image
ସାମନ୍ତରାୟ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି।  ଏହି ଅଞ୍ଚଳରେ ଜିନ୍ଦଲ କମ୍ପାନୀ ବୃହତ ଶିଳ୍ପ କାରଖାନା କରୁଥିବା ବେଳେ କମ୍ପାନୀ ତରଫରୁ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣେ ଡାକ୍ତର ସହିତ ଅନ୍ୟ ସପୋର୍ଟ ଷ୍ଟାଫ୍ ମଧ୍ୟ ଯୋଗାଇ ଦିଆଯାଇଛି। କମ୍ପାନୀ ତରଫରୁ ମଧ୍ୟ ଏଠାରେ ଏକ ବୃହତ୍ ଦ୍ଵିତଳ ଗୃହ ନିର୍ମାଣ ଚାଲିଛି। ଉତ୍ତମ ସ୍ଵାସ୍ଥ୍ୟସେବା ଆବଶ୍ୟକୀୟ ଭିତ୍ତିଭୂମି ଓ ସୁନ୍ଦର ପରିବେଶ ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବୃହତ ଶିଳ୍ପକୁ ଆଖିରେ ରଖି ଓ ଅଞ୍ଚଳ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ ବା ସି ଏଚେ ସି ଭାବେ ଅନୁମୋଦନ ଦେବାକୁ ଅଞ୍ଚଳର ବୁଦ୍ଧିଯିବି, ଜନସାଧାରଣ ଓ ଲୋକ ପ୍ରତିନିଧି ମାନେ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି। ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାକୁ ସି ଏଚେ ସି ରୂପେ ଅନୁମୋଦନ କଲେ ଅଞ୍ଚଳବାସୀ ଅନେକ ଉପକୃତ ହେବା ସହ ଆହୁରି ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ପାରନ୍ତେ।
1