ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଓକିଲ ସଂଘର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଏରସମା, 07/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ସ୍ଥିତ ଦେଓ୍ବ।ନୀ ଓ ବିଚାର ବିଭାଗୀୟ ଅଦାଲତ ପରିସରରେ ଏରସମା ଓକିଲ ସଂଘର ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଦିପ୍ତିରଞୀନ କୂଅଁର ସଭା ପରିଚାଳନା କରିଥିଲେ। ଅଦାଲତର ବିଚାରପତି ରୋଶନୀବାଳା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନବନିର୍ବାଚିତ ଉପ ସଭାପତି ଆଇନଜୀବୀ ପ୍ରଭାତ କୁମାର ବହିରା, ସଂପାଦକ ମୁରଲୀଧର ମଲ୍ଲିକ, ଯୁଗ୍ମ ସଂପାଦକ ପ୍ରତାପ ଚନ୍ଦ୍ର ସାହୁ, ପାଠାଗାର ସଂପାଦକ ବୀଣାପାଣି ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ସୁବୋଧ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଆଇନଜୀବୀ ଡ଼ ଶରତ ଚନ୍ଦ୍ର ପରିଡା ଓ ହରିହର ଓଝା ଶପଥ ପାଠ କରାଇଥିଲେ। ଏଥିରେ ଯୋଗଦେଇଥିବା ଜଗତସିଂହପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦେବାଶିଷ ଚ୍ୟୈଧୁରୀ ଓ କୁଜଙ୍ଗ ଓକିଲ ସଂଘର ଉପସଭାପତି ବିଚିତ୍ରାନନ୍ଦ ସ୍ୱ।ଇଁ , ଏରସମା ଓକିଲ ସଂଘର ପୂର୍ବତନ ସଭାପତି ପ୍ରତାପ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ସଭାପତି ନିକୁଞ୍ଜ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆଇନଜୀବୀ ଅଞ୍ଜନ କୁମାର ରାଉତ, ନୃସିଂହ ଚରଣ ନାୟକ, ଅକ୍ଷୟ କୁମାର ମହାନ୍ତି, ସୁମନ୍ତ କୁମାର ବାରିକ, ମିତ୍ରଭାନୁ ମଲ୍ଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନିବାର୍ଯ୍ୟ କାରଣ ବଶତଃ ସଭାପତି ପଦବୀର ଫଳାଫଳ ସ୍ଥଗିତ ରଖାଯାଇ ଥିବାରୁ ଉପ ସଭାପତି ପ୍ରଭାତ କୁମାର ବହିରାଙ୍କୁ ଭାରପ୍ରାପ୍ତ ସଭାପତି ଭାବରେ କାର୍ଯ୍ୟ କରିବା ପାଇଁ ସାଧାରଣ ପରିଷଦ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
Article Image
1