ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ

ଏରସମା, 08/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପକ୍ଷରୁ ୩ ନଂ ଜୋନର ତିତିରା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବିଶାଳ ପଦଯାତ୍ରା ବୋରିକିନା କଲେଜ ପଡିଆ ଠାରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରତ୍ନାକର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା , ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ବକ୍ତା ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରୁନିଲତା ବେହେରା, ଜଟାଧାରୀ ଦାସ, ତଟିନା ସ୍ଵାଇଁ , ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଗଙ୍ଗାଧର ବେହେରା, ରବିନ୍ଦ୍ର ଦାସ , ସପନ ଅଧୀକାରୀ, ସ୍ଥାନୀୟ ସରପଞ୍ଚ ସାଗରିକା ପରିଡ଼ା, ସମିତି ସଭ୍ୟ ସମରେନ ରାୟ, ତିତିରା ସରପଞ୍ଚ ପ୍ରଣତି ମଂଜରୀ ନାୟକ, ବଡଗାଁ ସରପଞ୍ଚ ଟୁନିଲତା ବେହେରା, ରାହାଣ ସରପଞ୍ଚ ନଳିନୀପ୍ରଭା ପାଢୀ, ଆମ୍ବଶାଳା ସରପଞ୍ଚ ଆଲୋକ ସ୍ଵାଇଁ, ବାହାରଣା ସରପଞ୍ଚ ମାନସ ରଞ୍ଜନ ପରିଡା, ଅରିଲୋ ସରପଞ୍ଚ ପ୍ରସାନ୍ତ ବାରିକ, ତରାସାହି ସରପଞ୍ଚ ରାଜକିଶୋର ବେହେରା, ରାଜ୍ୟ ବିଜେଡ଼ି ସମ୍ପାଦକ କମଳାକାନ୍ତ ମହାପାତ୍ର, ଦୀପ୍ତି ରଞ୍ଜନ କୁଅଁର, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ ଓ ବ୍ଲକ ଯୁବ ବିଜେଡ଼ି ସଭାପତି ଶୁଭେନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁ ନେତା ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ତ୍ରିବ୍ର ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ସଦାନନ୍ଦ ବେହେରା, ଜୟରାମ ଦାସ, ସମୀର ପରିଡ଼ା, ସୁଶାନ୍ତ ନାୟକ, କିଶୋର ସେନାପତି, ରମେଶ ଚନ୍ଦ୍ର ପାଇଟାଲ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡିର ମହିଳା ଓ ପୁରୁଷ ଏହି ଉଦଯାପନୀ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।
Article Image
1