ଏରସମା, 07/05/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା କଂଗ୍ରେସ ଦଳର ଦୄଢ ସଂଗଠକ ସ୍ମୃତି ରଞ୍ଜନ ମନ୍ତ୍ରୀଙ୍କୁ ଯୁବ କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ମନୋନୀତ କରାଯାଇଛି। ରାଜ୍ୟ କଂଗ୍ରେସ ଦଳର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା ।ରାଜ୍ୟ ସାଧାରଣ ସମ୍ପାଦକ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ ଦେଇ ଥିବାରୁ ଶ୍ରୀଯୁକ୍ତ ମନ୍ତ୍ରୀ ଅତ୍ୟନ୍ତ ଖୁସି ହେବା ସହିତ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ରାଜ୍ୟବାସୀଙ୍କୁ। ନିଜର ଦାଇତ୍ୱ ସଠିକ ଭାବରେ ତୁଲାଇ ସହ ଯୁବକମାନଙ୍କର ସମସ୍ୟା ଓ ଦଳର ସଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ମନ୍ତ୍ରୀ।ଏହି ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ କଂଗ୍ରେସ ଦଳର ପିସିସି ସାଧାରଣ ସମ୍ପାଦକ ତଥା ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳୀନ ସ୍ୱlଇଁ,ଏରସମା ପଞ୍ଚାୟତର ପ୍ରମୁଖ ମାନଙ୍କ ତରଫରୁ ସ୍ମୃତି ରଞ୍ଜନ ମନ୍ତ୍ରୀଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।