ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିନାକୀ ନାରାୟଣକଙ୍କୁ ଯୁବ କଂଗ୍ରେସ ଦଳର ରାଜ୍ୟ ସମ୍ପାଦକ ସହିତ ଦୁଇଟି ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଏରସମା, 07/05/2025, ଉତ୍କଳ voice news - utkalvoicenews.comଏରସମା ୮/୫/୨୫ ଚାରି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା କଂଗ୍ରେସ ଦଳର ଦୄଢ ସଂଗଠକ ପିନାକୀ ନାରାୟଣ ଦାସଙ୍କୁ ଯୁବ କଂଗ୍ରେସ ଦଳର ରାଜ୍ୟ ସମ୍ପାଦକ ସହିତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ କରାଯାଇଛି। ରାଜ୍ୟ କଂଗ୍ରେସ ଦଳର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା ।ରାଜ୍ୟ ସମ୍ପାଦକ ସହିତ ଦୁଇଗୋଟି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ ଦେଇ ଥିବାରୁ ଶ୍ରୀଯୁକ୍ତ ଦାସ ଅତ୍ୟନ୍ତ ଖୁସି ହେବା ସହିତ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ରାଜ୍ୟବାସୀଙ୍କୁ। ନିଜର ଦାଇତ୍ୱ ସଠିକ ଭାବରେ ତୁଲାଇ ସହ ଯୁବକମାନଙ୍କର ସମସ୍ୟା ଓ ଦଳର ସଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ଦାସ।ଏହି ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ଏରସମା ପଞ୍ଚାୟତ ବାସୀ ମାନଙ୍କ ତରଫରୁ ପିନାକୀ ନାରାୟଣ ଦାସଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Article Image
1