ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲୁଟ ହୋଇଥିବା ସୁନା ଅଳଙ୍କାର ସହିତ ଚୋରକୁ କାବୁକଲା କୁଜଙ୍ଗ ପୋଲିସ, ପୋଲିସ ତରଫରୁ ସାମ୍ବାଦିକ ସମ୍ମିଳନୀ

କୁଜଙ୍ଗ , 08/05/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ଥାନା ଅଧିନ ଚଟୁଆ ପଞ୍ଚାୟତର ଜନାର୍ଦ୍ଧନ ପୁର ଗ୍ରାମର ସାବିତ୍ରୀ ପ୍ରଧାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲା।ଜନାର୍ଦ୍ଧନ ଜନାର୍ଦ୍ଦନପୁର ଗ୍ରାମର ସାବିତ୍ରୀ ପ୍ରଧାନଙ୍କ ସ୍ୱlମୀ ଗତ ଏକ ତାରିଖ ଦିନ ତାଙ୍କ କଟକସ୍ଥିତ ଘରକୁ ଯାଇଥିଲେ ।ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ଛାତ ଉପର ସେଡି ଘର କବାଟ ଭାଙ୍ଗି, ଘର ଭିତରକୁ ପଶି ଗଡରେଜରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଯାଇଥିଲେ ।ଥାନାରେ ଅଭିଯୋଗ ଅନୁସାରେ ସୁନାର ମୂଲ୍ୟ ପାଖାପାଖି ଷୋଳ ଲକ୍ଷ ଟଙ୍କା ବୋଲି ଅଭିଯୋଗ ହୋଇଛି । ଅଭିଯୋଗ କାରିଣୀ ସାବିତ୍ରୀ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶନିବାର ଦିନ ସାଇଣ୍ଟିଫିକ ଟିମ ଆସି ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରିବା ସହିତ କୁଜଙ୍ଗ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚକରି ଯୋଜନା ଅନୁସାରେ ଚୋରି ହୋଇଥିବା ସୁନା ଅଳଙ୍କାର ସହିତ ଲୁଟାରାଙ୍କୁ କାବୁ କରିଥିବାରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କୁଜଙ୍ଗ ଥାନାରେ ତିର୍ତୋଲ ଏସ୍ ଡିପିଓ ଚିନ୍ମୟ ରାଉତ ଡାକିଥିଲେ। ଲୁଟେରାଙ୍କ ପାଖରୁ ଜବତ ହୋଇଥିବା ଚୋରି ସାମଗ୍ରୀ ସେଗୁଡିକ ହେଲା ସୁନାପାତ ଦୁଇଟି,ବାହୁଡ଼ି ଏକ ହଳ, କାନଫୁଲ ଛଅହଳ,ସୁନାମିଦି ଏକଟି ,ସୁନାପଦକ ଏକଟି, କାନ ରିଙ୍ଗ ଏକ ହଳ,ଶଂଖା ଏକ ହଳ,ନଗଦ ୨୧,୫୦୦ ଟଙ୍କା ସହିତ ଚୋରିରେ ବ୍ୟବହୃତ ହୋଇଥିବା ,ଏକ ମାରୁତି ଅଲ୍ଟୋଗାଡି, ତିନୋଟି ମଟରସାଇକେଲ ଓ ଚାରିଗୋଟି ମୋବାଇଲ ଜବତ ହୋଇଥିବା ଏସ୍ ଡିପିଓ ଶ୍ରୀ ରାଉତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଚୋରି ହୋଇଥିବା ଅନ୍ୟ ସାମଗ୍ରୀକୁ ଉଦ୍ଧାର କରିବାପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛି। ଅଭିଯୁକ୍ତ ଦେବପ୍ରକାଶ ମହାପାତ୍ର, ହେମନ୍ତ କୁମାର ଜେନା,ମିଟୁ ଗୋଛାୟତ ଓ ଚୋରି ସାମଗ୍ରୀ ଗ୍ରହଣ କରିଥିବା ସୁକାନ୍ତ ଜେନା ଓ ବଂଶୀଧର ଗୋଛାୟତଙ୍କୁ ବିଭାଗୀୟ ହାଜତକୁ ପଠାଯାଇଛି। ଅଦାଲତରେ କିଛି ଫଇସଲା ନହେବାରୁ ସମସ୍ତ ଅଭିଯୋଗୀକାରିଙ୍କୁ ସମାଗଳ ଉପାକାରାଗାରକୁ ପଠାଇ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ତିର୍ତୋଲ ଏସ୍ ଡିପିଓ ଚିନ୍ମୟ ରାଉତଙ୍କ ସହିତ କୁଜଙ୍ଗ ଥାନା ଆଇଆଇସି ବଂଶୀଧର ପ୍ରଧାନ ଓ ସବ୍ ଇନସ୍ପେକ୍ଟର ଅନୀଲ କୁମାର ସାହୁ ଉପସ୍ଥିତ ଥିଲେ।
Article Image
Article Image
Article Image
1