ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଧାୟକ ସାରଦା ପ୍ରସନ୍ନ ଜେନା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ

ଏରସମା, 08/05/2025, ଉତ୍କଳ voice news - utkalvoicenews.comବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନାଙ୍କୁ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିଜୁଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ସାରଦା ପ୍ରସନ୍ନ ଜେନାଙ୍କୁ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ, ରାଜ୍ୟ କାଳିଆ ଯୋଜନାର ଉପଦେଷ୍ଟା, ଜଗତସିଂହପୁର ଜିଲ୍ଲା ଷ୍ଟାଣ୍ଡିଙ୍ଗ କମିଟିର ଏକସ୍ପଟ ମେମ୍ବର ସହିତ ବାଲେଶ୍ଵର ଜିଲ୍ଲାରେ ସହ ପର୍ଯ୍ୟବେକ୍ଷକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ବର୍ତ୍ତମାନ ବାଲିକୁଦା ଏରସମା ବିଧାୟକଙ୍କୁ ରାଜ୍ୟ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ ଦେଇ ଥିବାରୁ ଶ୍ରୀଯୁକ୍ତ ଜେନା ଅତ୍ୟନ୍ତ ଖୁସି ହେବା ସହିତ ଧନ୍ୟବାଦ ଜଣାଇଛନ୍ତି ବିଜୁଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ସମସ୍ତ ରାଜ୍ୟବାସୀଙ୍କୁ। ନିଜର ଦାଇତ୍ୱ ସଠିକ ଭାବରେ ତୁଲାଇ ସହିତ ସାଧାରଣ ଲୋକଙ୍କ ସମସ୍ୟା ଓ ଦଳର ସଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ଜେନା।ଏହି ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ଜନସାଧାରଣ ମାନେ ସାରଦା ପ୍ରସନ୍ନ ଜେନାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Article Image
1