ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ୟାସ ବିଷ୍ଣୁ ସ୍ନେହlଳୟ ଓ ବ୍ୟାସ ମନ୍ଦିର ର ଶିଳା ନ୍ୟାସ କଲେ ଶିଳ୍ପ ମନ୍ତ୍ରୀ

ରାହାମା, 08/05/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଈ ଗ୍ରା ପ ର ନାଳିଆପାଳସ୍ଥିତ ବ୍ୟାସ ଫାଉଣ୍ଡେସନ କର୍ମ କର୍ତ୍ତା ଙ୍କ ତରଫରୁ ଏକ ବ୍ୟାସ ବିଷ୍ଣୁ ସ୍ନେହାଳୟ ଓ ଏକ ବ୍ୟାସ ମନ୍ଦିରର ଶିଳାନ୍ୟାସ ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ,ଓଡ଼ିଶା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ କରକମଳରେ ଉଦ୍ଘାଟିତ ହୋଇଅଛି।ଉକ୍ତ ଉଦ୍ଘାଟନୀ ସଭାରେ ବରେଣ୍ୟ ମଞ୍ଚlସୀନ ଅତିଥି ଭାବେ ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂର୍ଯ୍ୟରଞ୍ଜନ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ,ଗରେଇ ସରପଞ୍ଚ ଦିପ୍ତିରେଖା ଲେଙ୍କା ,ସମିତି ସଭ୍ୟା ଦିପ୍ତିମୟୀ ପଣ୍ଡା,ପୋତାନଈ ସରପଞ୍ଚ ବ୍ରଜକିଶୋର ମହାରାଜ ,ଆନ୍ତର୍ଜାତୀୟ ଗୀତା ମିଶନର ସଭାପତି ସ୍ବାମୀ ଚିଦାନନ୍ଦ ଜି ମହାରାଜ, ମହାରାଜ ସ୍ବାମୀ ଶ୍ରୁତି ସାଗରାନନ୍ଦ ,ଶ୍ରୀଯୁକ୍ତ ହେମନ୍ତ କୁମାର ରଥ ,ପ୍ରାର୍ଥନା ର କାର୍ଯକାରୀ ପ୍ରଯୋଜକ ଅଭିନନ୍ଦନ ଦାସ,ବ୍ୟାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ହୋତା ,ଭୂମିଦାତା ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।ବ୍ୟାସ ଫାଉଣ୍ଡେସନର ଅଧକ୍ଷ୍ୟା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ଵ କରୁଥିବା ବେଳେ ମଞ୍ଚ ର ସୂତ୍ରଧର ଭାବେ ପଣ୍ଡିତ ଡ ସିଦ୍ଧେଶ୍ୱର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ବ୍ୟାସ ଫାଉଣ୍ଡେସନ ର ଦୈନନ୍ଦିନ ସେବା କାର୍ଯରେ ସନ୍ତୁଷ୍ଟ ହୋଇ ନାଳିଆପlଳ ଗ୍ରାମ ର ୮୪ ବର୍ଷ ବୟସ୍କ ବିଷ୍ଣୁ ଚରଣ ସ୍ୱାଇଁ ଏକ ବୃଦ୍ଧଶ୍ରମ ଓ ବ୍ୟାସ ମନ୍ଦିର ନିମନ୍ତେ ଜମି ଦାନ କରିଥିଲେ। ଯଦି ବା ବୃଦ୍ଧାଷ୍ରମ ଭାରତୀୟ ସଂସ୍କୃତି ର ପରିପନ୍ଥୀ ତଥାପି ଆଧୁନିକ ଶିକ୍ଷା ଦିକ୍ଷା ରେ ଆମ ସାମାଜିକ ଚଳନି ଓ ପରିବାର ପରିବେଶ କୁ ଏତେ ମାତ୍ର। ରେ କବଳିତ କରିସାରିଲାଣି ସେଥିପାଇଁ ଅଧିକାଂଶ ବାପା ମାଆ ମାନେ ଅତିକ୍ରାନ୍ତ ବୟସ ରେ ଅଲୋଡ଼ା ହୋଇପଡୁଛନ୍ତି।ଭାରତୀୟ ସଂସ୍କୃତି ର ମହାନାୟକ ବିଷ୍ଣୁ ସ୍ୱରୂପ ବ୍ୟାସ ଦେବଙ୍କ ମନ୍ଦିର କୁତ୍ରା ପିପରିଲକ୍ଷିତ ହେଉନାହିଁ।ସହୃଦୟ ମନ୍ତ୍ରୀ ମହୋଦୟ ଏପରି ମହତ୍ କାର୍ଯ୍ୟ ପାଇଁ ପୂର୍ଣ୍ଣ ସାହାଯ୍ୟ କରିବେ ବୋଲି ମଞ୍ଚ ରୁ ପ୍ରତିଶ୍ରୁତି ରଖିଲେ।ମଞ୍ଚ ରେ ଅନୁପସ୍ଥିତ ସାଂସଦ ଡ ବିଭୁ ପ୍ରସାଦ ତରାଇ ତାଙ୍କ ବାର୍ତ୍ତା ମାଧ୍ୟମ ରେ ଉକ୍ତ ସମାଜ କଲ୍ୟାଣ କlରି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଲେ ଯାହା ଶତାଧିକ ଆଧ୍ୟାତ୍ମିକ ପ୍ରେମୀ ବ୍ୟକ୍ତି ବିଶେଷ ଙ୍କୁ ଖୁସି କରିଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ପ୍ରାୟତଃ ୭୦୦ ରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରୋତ୍ସାହିତ କରିଥିଲେ।ବ୍ୟାସ ଫାଉଣ୍ଡେସନ କର୍ମ କର୍ତ୍ତା ରଶ୍ମିତା ନାୟକ ,ଦେବେନ୍ଦ୍ର କୁମାର ମଲ୍ଲିକ,ଶରତ ଚନ୍ଦ୍ର ଦାଶ,ଯଶୋବନ୍ତ ରାଉତ ,ରଂଜନ କୁମାର ପ୍ରଧାନ ,ରମାକାନ୍ତ ରାଉଳ ,ସଂଗ୍ରାମ ମନ୍ତ୍ରୀ,ସତ୍ୟପ୍ରିୟ ପଣ୍ଡା,ରଂଜନ ପ୍ରଧାନ,ମନୋଜ ପ୍ରଧାନ,ଆକାଶ ପ୍ରଧାନ, ରାକେଶ କୁମାର ପଟ୍ଟନାୟକ ,ନଗେନ୍ଦ୍ର ନାଥ ସ୍ୱାଇଁ,ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ,ଅକ୍ଷୟ କୁମାର ସାହୁ,ବିପିନ ମାଝୀ,ପ୍ରିତିମୟୀ ଆଚାର୍ଯ୍ୟ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାସ, ସାଇସେବା ସଙ୍ଘଠନ ତରଫରୁ କାନ୍ହୁଚରଣ ସାହୁ, ଗଗନ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ଭାବେ ପରିଚାଳନା କରିଥିଲେ।ଏହି ଅବସର ରେ ସଂଲଗ୍ନ ଅଞ୍ଚଳର ଜଣ ସ୍ଥାନୀୟ ବ୍ୟକ୍ତି ଙ୍କୁ ଉତ୍ତୋରୀୟ ପୁଷ୍ପ ଗୁଚ୍ଛ ଦେଇ ମନ୍ତ୍ରୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ଵାରା ବାସ୍ଥୁ ପୂଜା , ହୋମ, ଗୀତା ପାଠ କରାଯାଇଥିଲା।ବିଚିତ୍ର କୁମାର ସ୍ବାଇଁ ସପତ୍ନିକ ସଂକଳ୍ପ ହୋଇ ଉକ୍ତ ଯଜ୍ଞ କର୍ମ ସମ୍ପାଦନ କରିଥିଲେ।ପରିଶେଷରେ ଶାରଦା ପ୍ରସନ୍ନ ଦାସ ମହୋଦୟ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।
Article Image
1