ନିମିଢ଼ି, 28/12/2024, ଉତ୍କଳ voice news - utkalvoicenews.comପାରାଦୀପ ଗଡ ଗ୍ରାମ ପଞ୍ଚାୟତ, ନୀମୀଢି ସ୍ଥିତ ବିଗ୍ରେଡ୍ ସୈନିକ ସ୍କୁଲ ରେ ବିଜ୍ଞାନ ମେଳା ଓ ମୀନା ବଜାର ଅନୁଷ୍ଟିତ ହୋଇଯାଇଛି l
ଉକ୍ତ ବିଜ୍ଞାନ ମେଳା ଓ ମୀନା ବଜାର କୁ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଉଦ୍ଘାଟନ କରିବା ସହିତ ବିଜ୍ଞାନ ମେଳା ଓ ମୀନା ବଜାର କୁ ବୁଲି ଦେଖିଥିଲେ l
ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଗ୍ଲୋବାଲ ୱlର୍ମିଂ, ଔଷଧୀୟ ବୃକ୍ଷ ର ଉପକାରିତା, ରାସାୟନିକ ଗ୍ୟାସ ର ଉପକାରିତା ଓ ଅପକlରିତା, ବାୟୁ ପ୍ରଦୂଷଣ, ବିଜୁଳି ସଂରକ୍ଷଣ ଆଦି ଉପରେ ଆଧାରିତ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଥିଲା l ଛାତ୍ର ଛାତ୍ରୀ ମାନେ କିପରି କ୍ରୟ ବିକ୍ରୟ କରିପାରିବେ ତାହା ମୀନା ବଜାର ପ୍ରଦର୍ଶନ କରିଥିଲେ l
୩୫ ଜଣ ଛାତ୍ର, ଛାତ୍ରୀ ସେମାନେ ତିଆରି କରିଥିବା ଅତି ଉଚ୍ଚ ମାନର ପ୍ରକଳ୍ପ କୁ ମେଳାରେ ପ୍ରଦର୍ଶନ କରିଥିଲେ l
ଉକ୍ତ ବିଦ୍ୟାଳୟ ର ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର, ଛାତ୍ରୀ ବିଜ୍ଞାନ ମେଳା ଓ ମୀନା ବଜାର କୁ ଉପଭୋଗ କରିଥିଲେ l
ଉକ୍ତ ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ପୁର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନୋରମା ରଥ, ସହକାରୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା କର, ଶିକ୍ଷୟତ୍ରୀ ବେବିନା ସ୍ୱାଇଁ, ସସ୍ମିତା ମହାପାତ୍ର, ଝିଲିପ୍ରଭା ମହାପାତ୍ର, ମନୋଜ ଦାସ, ଭବାନୀ କାନ୍ତ ନନ୍ଦ ପ୍ରମୁଖ ଅଂଶ ଗ୍ରହଣ କରି ଉକ୍ତ ବିଜ୍ଞାନ ମେଳା ଓ ମୀନା ବଜାର କୁ ସଂଯୋଜନା କରିଥିଲେ l