ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

କୁଜଙ୍ଗ , 09/05/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ୍ ପୋତାନଈ ପଞ୍ଚାୟତ ଅନ୍ତର୍ଗତ ଚନ୍ଦାପାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଚନ୍ଦାପାଟ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷକ ତଥା ଏରସମା ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଚନ୍ଦାପାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାବିତ ଅନାଦି ଚରଣ ଖଟୁଆଙ୍କ ସଭାପତିତ୍ବରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ନନ୍ଦ ମୁଖ୍ୟବକ୍ତା ଏ ଆଈ ଏଫ୍ ଟିଓ ସଂପାଦକ ଜାକୀର ହୁସେନ୍ ସମ୍ମାନିତ ଅତିଥି କୁଜଙ୍ଗ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀଣୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଯିକା ସରୋଜିନୀ ଦେବୀ,ଏରସମା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲିୟାକାତ୍ ଅଲ୍ଲୀ ଖାଁ,ପ୍ରଫୁଲ୍ଲ କୁମାର ମହାପାତ୍ର, ବିଜୟ କୁମାର ପଣ୍ଡା, ଆଶୁତୋଷ ବାନାର୍ଜୀ, ଅମୀୟ କୁମାର ପାଳ, କ୍ଷୀରୋଦ ଚନ୍ଦ୍ର ଦାଶ, ଜଗବନ୍ଧୁ ସାହୁ, ଅଶୋକ କୁମାର ସ୍ୱାଇଁ, ଅମୀୟ କୁମାର ଜେନା,ରାମଚନ୍ଦ୍ର ସ୍ୱlଇଁଙ୍କ ସମେତ ଏରସମା , କୁଜଙ୍ଗ, ରଘୁନାଥପୁରୁ ଓ ବିରିଡ଼ି ବ୍ଲକର ୩୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଶ୍ରୀଯୁକ୍ତ ନାୟକଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ଶିକ୍ଷକ ସୁବାଷ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ଚାରୁଶୀଳା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ରାଜକିଶୋର ସାହୁ, ଶୁଶାନ୍ତ କୁମାର ମହାନ୍ତି,ତ୍ରିବିକ୍ରମ ମହାନ୍ତି, ସୁରେଶ କୁମାର ନାୟକ, ସୁରେଶ କୁମାର ମଲ୍ଲିକ,ରୁଦ୍ର ପ୍ରସାଦ ନନ୍ଦ, ପ୍ରଦିପ ଦଳାଇ, କବିତା ଆଚାର୍ଯ୍ୟ, ମିତ୍ରଭାନୁ ସାହୁ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।
Article Image
1