ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ବୁଗୁଡା ସହର, ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା

ବୁଗୁଡ଼ା, 09/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ପଞ୍ଚଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ କେ.ନୀଳମାଧବ ଆଚାରୀଙ୍କ ତରଫରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପ୍ରାତଃ କାଳରେ ସ୍ନାନ, ଅବକାଶ ଓ ବାଳଭୋଗ, ପୂର୍ବାହ୍ନରେ ଷଟ୍ କର୍ମ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ପଣାଭୋଗ ଓ ଷୋଡଶ ଉପଚାର ପୂଜା, ମଧ୍ୟାହ୍ନରେ ଅନ୍ନଭୋଗ, ଅପରାହ୍ନରେ ଚଣ୍ଡିପାଠ, ହୋମ, ଗଜାମୁଆଁ ଭୋଗ ଓ ହାଲୁଆ ଭୋଗ, ରାତିରେ ଅନ୍ନଭୋଗ ଓ ଖିରି କାକରା ଭୋଗ ଆଦି ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିବା ବେଳେ କେ.ମନୋଜ କୁମାର ଆଚାରୀ ଓ କେ.ସନ୍ଧ୍ଯାରାଣୀ ଆଚାରୀ ପ୍ରମୁଖ କର୍ତ୍ତା ଓ କର୍ତ୍ତୀ ଦାୟିତ୍ବ ନିର୍ବାହ କରିଥିଲେ ଏବଂ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ଝିଲ୍ଲୀ ପ୍ରଧାନ, କେ.ବୁଲ୍ଲିଆମା ପାତ୍ର, ୟୁ. ସନ୍ତୋଷୀ ପାତ୍ର, ବି.ଗାୟତ୍ରୀ ପାତ୍ର, କେ.ଯୋଗି ପାତ୍ର ପ୍ରମୁଖ ମା’ଙ୍କ ଘଟ ଧାରଣ କରି ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ ,ଶକ୍ତି ନଗର, ମୁଖ୍ୟ ସଡକ , ମଦନ ମୋହନ ଛକ, ବ୍ଲକ୍ କଲୋନୀ, ବୁଦ୍ଧଖୋଲ ଗେଟ୍ ଛକ , ପୋଲସରା ରୋଡ , ବଳଦେବ ମନ୍ଦିର ରାସ୍ତା ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ବାଘ-ବୃଷଭ, ନବ ଦୁର୍ଗା, ନାଗାବାବା ପଟୁଆର ଲୋକଙ୍କୁ ଆକର୍ଷିତ କରିବା ସହ ଭିଡ ସୃଷ୍ଟି କରିଥିଲା । ବଡଦାଣ୍ଡରେ ଆୟୋଜିତ ଭଜନ ସମାରୋହ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା। ଏଥି ସହ ଯାତ୍ରା କାଳରେ ସହରର ହାଇସ୍କୁଲ ଛକଠାରୁ ଷ୍ଟେଟ୍ ବ୍ଯାଙ୍କ ଛକ ସମେତ ପୋଲସରା ରୋଡ, ଟୁଣୁଟୁଣିଆ ସାହି, ଅନ୍ଧାରିଆ ସାହି, ଖଦାଳ ସାହି, ପଥୁରିଆ ସାହି,କୁମ୍ଭାର ସାହି, ବଡଦାଣ୍ଡ ସାହି, ରଘୁନାଥ ସାହି, କାର୍ଜି ସାହି ଆଦି ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଥିଲା। ବୁଗୁଡା ସହରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଗହଳି ଚହଳି ଦେଖିବାକୁ ମିଳିଥିଲା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ।
Article Image
Article Image
1