କୁଜଙ୍ଗ , 09/05/2025, ଉତ୍କଳ voice news - utkalvoicenews.com ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କୁଜଙ୍ଗ ପୁଲିସ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରିଥିବାବେଳେ ନିକଟରୁ ତିନୋଟି ନଳକୂପ, ଦୁଇ କୁଇଣ୍ଟାଲ କାଜୁ ଓ ଗୋଟିଏ ମଟରସାଇକେଲ ଜବତ କରାଯାଇଛି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଗ୍ରାମର ହରେକୃଷ୍ଣ ମୁଦୁଲି ବାଲିତୁଠ କଦମ୍ବମଠ ସ୍ଥିତ କଳ୍କୀ ଜଗନ୍ନାଥ ଆଶ୍ରମର ଏକ ଘରେ ଦୁଇ କୁଇଣ୍ଟାଲ ଓଜନର କାଜୁ ତିନୋଟି ଜରି ପ୍ୟକଟରେ ରଖିଥିଲେ। ବୁଧବାର ରାତିରେ କାଜୁ ପ୍ୟାକେଟ କବାଟ ଭାଙ୍ଗି ଦୃର୍ବୁତ୍ତ ନେଇଯାଇଥିଲେ। ଏ ସମ୍ପର୍କରେ ହରେକୃଷ୍ଣ ଗୁରୁବାର ଦିନ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତିର୍ତୋଲ ଏସ୍ ଡିପିଓ ଚିନ୍ମୟ ରାଉତଙ୍କ ନେତୃତ୍ବରେ ଛନବିନ କରାଯାଇଥିବା ସମୟରେ ଗଣ୍ଡମୁଣ୍ଡ ଗ୍ରାମର ପପୁ ଓରଫ ବିଶ୍ଵଜିତ ପ୍ରଧାନଙ୍କୁ ଗିରଫ କରିବା ସହିତ ତା ନିକଟରୁ ଦୁଇ କୁଇଣ୍ଟାଲ କାଜୁ ଜବତ କରିଥିଲେ। ମାର୍ଚ୍ଚ ୨୯ ତାରିଖରେ ନଳକୂପ ଓ ପାଣି ମଟର ଚୋରିକରିଥିବା ନେଇ ପୋଲିସ ମୋକଦ୍ଦମା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା। ପୋଲିସ ପଚରାଉଚରା ସମୟରେ ସେ ଏ ଚୋରିରେ ସଂପୃକ୍ତ ଥିବା ସ୍ବୀକାର କରିଥିଲା।ତା ନିକଟରୁ ତିନୋଟି ନଳକୂପ, ପାଣି ମୋଟର ସହିତ ବ୍ୟବହାର କରିଥିବା ମଟରସାଇକେଲକୁ ଜବତ କରିଥିବା ତିର୍ତୋଲ ଏସ୍ ଡିପିଓ ଚିନ୍ମୟ ରାଉତ ଓ କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।