ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅରକ୍ଷିଆ ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ

କୁଜଙ୍ଗ , 09/05/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ଥାନା ମଲ୍ହାସାହି ପଞ୍ଚାୟତ ଅନ୍ତର୍ଗତ ଅରକ୍ଷିଆ ଗ୍ରାମରେ ପ୍ରଥମ ବାର୍ଷିକ ଶ୍ରୀ ଶ୍ରୀ ନିତାଇ ଗୈlର ମହାପ୍ରଭୁଙ୍କ ଅଷ୍ଟମ ପ୍ରହର ନାମଯଜ୍ଞ ଧୁମଧାମରେ ପାଳିତ ହୋଇଯାଇଛି। କର୍ତ୍ତା ସମ୍ବିତ ଓଝା ଅରକ୍ଷିଆ ଠାକୁରାଣୀ ପୁଷ୍କରିଣୀରେ କଳସ ବୁଡାଇବା ସହିତ ପୂଜାର୍ଚ୍ଚନା କରିଥିଲେ। ପ୍ରଥମ ଦିବସରେ କଳସ ଯାତ୍ରା,ନାମଯଜ୍ଞ ଓ ଶୁଭାଧିବାସ ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଦିବସରେ ଅହୋରାତ୍ର ନାମଯଜ୍ଞ ସହିତ ଅରକ୍ଷିଆ ବଟ ମହାପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ନିତାଇ ଗୈାରନାମ ଯପ ହୋଇଥିଲା। ସମସ୍ତ ଶ୍ରଦ୍ଧାଳୁମାନଙ୍କ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ତୃତୀୟ ଦିବସରେ ନଗର କୀର୍ତ୍ତନ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ଅରକ୍ଷିଆ ଗ୍ରାମର ମଙ୍ଗୁଳି ଚରଣ ଓଝା, ଇପ୍ସିତା ଓଝା,ସ୍ଥିତି ପଦ୍ମ ଓଝା, ଭରତ ଚନ୍ଦ୍ର ସୂତାର,ସନ୍ତୋଷ କୁମାର ଓଝା, ବୃନ୍ଦାବନ ଓଝା, ପ୍ରମୋଦ ଅଧିକାରୀ, ଚିନ୍ମୟ ଓଝା, ବାସୁଦେବ ଓଝା, ସୁନାକର ଓଝା, କାହ୍ନୁଚରଣ ଓଝାଙ୍କ ସମେତ ଅରକ୍ଷିଆ ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତି।ଅନୁଷ୍ଠାନ ମାଧ୍ୟମରେ ଶ୍ରୀମାନ ସମ୍ବିତ ସମସ୍ତଙ୍କର ଆଶିର୍ବାଦ କାମନା କରିଛନ୍ତି ‌
Article Image
1