ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷୋଡଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ମାଳ ମାଳ ମେଢରେ ଲୋକଙ୍କ ଭିଡ, ଆଡମ୍ବର ପଟୁଆରରେ ମା’ଙ୍କ ଘଟ ପରିକ୍ରମା

ବୁଗୁଡ଼ା, 10/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଷୋଡଶ ଦିବସରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ସହ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ସଙ୍ଗୀତା ପୋଲେଇ, ଶିବାନୀ ବାରିକ, ଟି.ସୁଚିତ୍ରା ପାତ୍ର, ସନ୍ଧ୍ଯାରାଣୀ ପାତ୍ର, କେ.ସାବିତ୍ରୀ ପାତ୍ର ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବାଗଦେବୀ ସାହି, ରଘୁନାଥ ସାହି, ବଳଦେବ ମନ୍ଦିର, ଥାନା ରୋଡ, ହାଇସ୍କୁଲ ଛକ, ନୂଆଁ ବସଷ୍ଟାଣ୍ଡ, ଶକ୍ତିନଗର, ହାଇସ୍କୁଲ ଛକ,ମଦନ ମୋହନ ଛକ, ବୁଦ୍ଧଖୋଲ ଛକ, ପୋଲସରା ରୋଡ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ କାଟପା ପଟୁଆର ଲୋକଙ୍କୁ ଆକର୍ଷିତ କରିଥିଲା । ଅନ୍ୟପକ୍ଷରେ ସହର ଅନ୍ତର୍ଗତ ବାଗଦେବୀ ସାହିର “ଜଗନ୍ନାଥ-ଗଣେଶ” ମେଢ, କାର୍ଜି ସାହିର “ବ୍ଯାଘ୍ରଦେବୀ” ମେଢ, ରଘୁନାଥ ସାହିର “ଜୟ ଶ୍ରୀରାମ ” ମେଢ ଓ ” ଶ୍ରୀ ଜଗନ୍ନାଥ” ମେଢ, ବଡଦାଣ୍ଡର “ହନୁମାନ” ମେଢ ଓ “ରାଧା-କୃଷ୍ଣ ଝୁଲଣ” ମେଢ, କୁମ୍ଭାର ସାହିର “ଶିବ ଲିଙ୍ଗ” ମେଢ, ପଥୁରିଆ ସାହିର “ରାମ ଅଭିଷେକ” ମେଢ, ଖଦାଳ ସାହିର “ଜଗନ୍ନାଥ” ମେଢ , ନେଳିଆ ବନ୍ଧ ସାହିର “ଲକ୍ଷ୍ମୀ” ମେଢ, ନୂଆସାହିର “କଲ୍କକୀ ଅବତାର” ମେଢ, “ଶ୍ରୀ ଗଣେଶ” ମେଢ ଓ “ଶିବ-କାର୍ତ୍ତିକ-ଗଣେଶ” ମେଢ , ଅନ୍ଧାରିଆ ସାହିର “ଜଗନ୍ନାଥ “ମେଢ, ଟୁଣୁଟୁଣିଆ ସାହିର” ଶିବ-ପାର୍ବତୀ” ମେଢ, ପୋଲସରା ରୋଡ ସାହିର “ବ୍ରହ୍ମା-ବିଷ୍ଣୁ-ମହେଶ୍ଵର “ମେଢ, ମେଡିକାଲ ଛକର “ରାମଲାଲ” ମେଢ , ବ୍ଲକ କଲୋନୀର “ଅନନ୍ତ ଶୟନ” ମେଢ ଓ “ଜଗନ୍ନାଥ” ମେଢ, ହିରୋ ସୋରୁମ୍ ନିକଟ” ବୀର ହନୁମାନ “ମେଢ , ବେତାରସିଂ ରୋଡର “ଅନନ୍ତ ଶୟନ” ମେଢ ଆଦି ୨୧ଟି ମେଢ ଆକର୍ଷଣୀୟ ସାଜସଜ୍ଜାରେ ପ୍ରଦର୍ଶିତ ହୋଇଥିଲା ବେଳେ ସେଗୁଡିକୁ ଦେଖିବାକୁ ଲୋକେ ଘୁରି ବୁଲୁଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସଂଖ୍ୟକ ପୋଲିସ ନିୟୋଜିତ ରହିଥିଲେ।
Article Image
1