ପାରାଦୀପ ଗଡ, 11/05/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ନିମିଢ଼ି ଗ୍ରାମରେ ମା ନାରାୟଣୀ ପୀଠ ରେ ଆନନ୍ଦ ବଜାର ନିର୍ମାଣ ନିମନ୍ତେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ ଆଠ ଲକ୍ଷ ପ୍ରଦାନ କରାଯାଇଅଛି l ଆଜି ଅପରାହ୍ନ ରେ ଏକ ବିରାଟ ଶୋଭାଯାତ୍ରା ରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପାରାଦୀପ ଗଡ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଆସି ଏହାର ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ l ଦୀର୍ଘ ଦିନ ଧରି ନୀମିଢ଼ି ଗ୍ରାମ ର ଗ୍ରାମବାସୀ ମାନେ ଏହାର ନିର୍ମାଣ ପାଇଁ ସରପଞ୍ଚ ଓ ଶିଳ୍ପ ମନ୍ତ୍ରୀ ଙ୍କ ନିକଟରେ ଦାବି କରି ଆସୁଥିଲେ l ବହୁଦିନର ଦାବୀ ପୁରଣ ହୋଇଥିବାରୁ ନିମୀଢ଼ି ଗ୍ରାମବାସୀ ମନ୍ତ୍ରୀ ଓ ସରପଞ୍ଚ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଜୟନ୍ତ ସେନାପତି, ମନୋଜ ରାଉତ, ପ୍ରକାଶ ସ୍ୱାଇଁ, ବାବୁଲି ନାୟକ, କ୍ଷୀରୋଦ ପଲାଇ, ଗଗନ ବିହାରୀ ରାଉତ, ଦିଲ୍ଲୀପ ବେହେରା, ଭାସ୍କର ସାହୁ, ଚନ୍ଦ୍ର ଶେଖର ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l