ଏରସମା, 28/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମାର ଶିଆଳି ବେଳାଭୂମି ଓ ହାଓ୍ବ।ଖାନା ଓ ଉପକୂଳ ସୁରକ୍ଷା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ଯେଉଁ ପ୍ରଶଙ୍ଗ ଗତ ବିଧାନସଭା ଅଧିବେସନରେ ମାନ୍ୟବର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଉତ୍ଥାପନ କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ପଦକ୍ଷେପ ସ୍ଵରୁପ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ବାଲିକୁଦାର ବନ୍ଦରେଇ ଓ ଏରସମା ବ୍ଲକର ଗଡହରିଶପୁର ମୁହାଣ ସ୍ଥଳୀ ଏବଂ ହାଓ୍ବ।ଖାନାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଜିଲ୍ଲାପାଳ ଶିଆଳି ବେଳାଭୂମିରେ ପହଞ୍ଚି ସମୁଦ୍ର କିପରି ସ୍ଥଳଭାଗ ଲଙ୍ଘୁଥିବା ଅନୁଧ୍ୟାନ କରିଥିଲେ। ଏଥିସହିତ ଆମ୍ବିକିର କାଙ୍କଣ ପ୍ରଭ୍ରୃତି ଅଞ୍ଚଳ ଗସ୍ତ କରିଛନ୍ତି। ବାଲିକୁଦା ଏରସମାର ୪୪କିମି ବ୍ୟାପି ଥିବା ସାମୁଦ୍ରିକ ଉପକୂଳର ସ୍ଥାୟୀ ସୁରକ୍ଷା ଦିଗରେ ସ୍ଥାନୀୟ ଜନପ୍ରତିନିଧି ଓ ଲୋକମାନଙ୍କ ଠାରୁ ମତାମତ ଲୋଡିଥିଲେ। ବାଲିକୁଦା ଏରସମାର ଵନ୍ଦରେଇ ,ହାଓ୍ବାଖାନା ,ଶିଆଳି ଓ ଆମ୍ବିକିର ପଠାଣଡିଆ ମହାବୀର ସ୍ଥଳୀକୁ ପର୍ଯଟନ ବିଭାଗ ପକ୍ଷରୁ ଅର୍ଥ ବରାଦ କରାଯାଇ ଏହାର ସୁରକ୍ଷା ଏବଂ ସୈାନ୍ଦର୍ଯ୍ୟ କରଣ ଗମନାଗମନର ଉନ୍ନତି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ଗସ୍ତ ପରେ ରାଜ୍ୟ ପର୍ଯ୍ୟଟନ ବିଭାଗର ଉଚ୍ଚ ପଦାଧିକାରୀ ଉକ୍ତ ସ୍ଥାନ ଗୁଡିକୁ ଆସି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଜିଲ୍ଲାପାଳଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥି ମହାନ୍ତି, ଏରସମା ବିଡ଼ିଓ ଦାଶରଥି ଜେନା, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଜିଲ୍ଳା ପରିଷଦ ସଭ୍ୟା ରାଣୀ ଟୁଡୁ, ଏରସମା ସହକାରୀ ଯନ୍ତ୍ରୀ ସରୋଜ କୁମାର ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ସୁବାସ ପୁଷ୍ଟି ଓ ଅନ୍ୟ ଲାଇନ ଡିପାର୍ଟମେଣ୍ଟର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଜିଲ୍ଲାପାଳ ଶ୍ରୀ ସୋନାଲ ଏରସମା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିବା ଜଣାପଡିଛି।