ଏରସମା, 12/05/2025, ଉତ୍କଳ voice news - utkalvoicenews.com

ଏରସମା ଆଞ୍ଚଳିକ ପୂଜ୍ୟ ପୂଜା ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ଉତ୍ସର୍ଗୀକୃତ ତଥା ସାହାସିକତାର ସ୍ମରଣ କରି ରୁଷିଆ ସରକାର ଦେଇଥିବା ମରଣ ଉତ୍ତର ସମ୍ମାନ ନିମିତ୍ତ ଏକ ସ୍ମୃତି ପ୍ରେରଣାତ୍ମକ ସଭା ସଂସଦର ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟଙ୍କ ଆହ୍ୱାନରେ ତଥା ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବିଜୟ କୁମାର ସ୍ୱାଇଁ ଯୋଗଦେଇ ବିଜୁବାବୁଙ୍କ କାର୍ଯ୍ୟଦକ୍ଷତା ଓ ଦେଶ ପ୍ରୀତିର ସ୍ମାରକ ରୂପେ ବିଜୁବାବୁ ସର୍ବଦା ସ୍ମରଣୀୟ ବୋଲି ପରିପ୍ରକାଶ କରିଥିବାବେଳେ ମୁଖ୍ୟ ବକ୍ତା ଭାବରେ ସମ୍ପାଦକ ମହେଶ୍ୱର ସ୍ୱାଇଁ ତାଙ୍କର ମହନୀୟ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ l ବିଶିଷ୍ଟ ଅତିଥିଭାବେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ,ଉପସଭାପତି ହେମନ୍ତ କୁମାର ନାୟକ, ସମ୍ବାଦ ସାହିତ୍ୟଘର ସମ୍ପାଦକ ହୃଷିକେଶ ଜେନା, ସୁଶ୍ରୀ ଶୁଭଶ୍ରୀ ସଭାପତି ପ୍ରେମ ଚରଣ ରାଉତ, ଜଗନ୍ନାଥ ଟ୍ରଷ୍ଟ ସମ୍ପାଦକ ଧ୍ରୁବ ଚରଣ ସ୍ୱାଇଁ ଉପସ୍ଥିତ ରହି ବିଜୁ ବାବୁଙ୍କ ରାଜକୀୟ ସଂଦର୍ଶନ ଓ ରାଜକୀୟ କର୍ମକାରିତା ସମ୍ପର୍କରେ ଆଲୋଚନା କରିଥିଲେ l ସମସ୍ତ ଅତିଥି କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଭାରତର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କୁ ରୁଷିଆ ଚିହ୍ନିପାରି ମରଣ ଉତ୍ତର ସମ୍ମାନ ପ୍ରଦାନ କରିଥିବାବେଳେ ଭାରତ ସରକାର ଏପର୍ଯ୍ୟନ୍ତ ଭାରତ ରତ୍ନ ଉପାଧିରୁ ବଞ୍ଚିତ କରିଛନ୍ତି l ଏହି ସଭାରେ ଆଞ୍ଚଳିକ ପୂଜ୍ୟ ପୂଜା,ସୁଶ୍ରୀ ଶୁଭଶ୍ରୀ, ପ୍ରେରଣା ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ଏହାର ବିହିତ ବିଚାର କରିବାପାଇଁ l ଆଞ୍ଚଳିକ ପୂଜ୍ୟ ପୂଜା ସଂସଦର ଉପସଭାପତି ବୈଦ୍ୟନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l