ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ନୃସିଂହ ଚର୍ତୁଦଶୀ ପାଳିତ

ବୁଗୁଡ଼ା, 12/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ବଳଦେବ ମନ୍ଦିରପରିସରସ୍ଥ ନୃସିଂହ ମନ୍ଦିରରେ ରବିବାର ଦିନ ନୃସିଂହ ଚର୍ତୁଦଶୀ ପାଳିତ ହୋଇଯାଇଛି । ଏ ଅବସରରେ ପୂର୍ବାହ୍ନରେ ଠାକୁରଙ୍କ ଷୋଡ଼ଶୋପଚାର ପୂଜା, ମଙ୍ଗଳ ଆଳତି, ଅଭିଷେକ ଏବଂ ସନ୍ଧ୍ୟା କାଳରେ ମହା ଆଳତି, ହୋମ ସହ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା । ପୁରୋହିତ ରାମାନୁଜ ମହାପାତ୍ର , ଦୁର୍ଗା ମାଧବ ପାଣି ଓ ପଦ୍ମ ଚରଣ ଦାଶ ଶର୍ମାଙ୍କ ପୌରହିତ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଜଗନ୍ନାଥ ଅଚକ ଯୁବକ ସଂଘର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗକରିଥିଲେ । ଠାକୁର ନୃସିଂହନାଥଙ୍କ ଦର୍ଶନାର୍ଥେ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା । ଏ ଅବସରରେ ଚୌଦଳରେ ଠାକୁର ନୃସିଂହନାଥଙ୍କୁ ବିରାଜମାନ ପୂର୍ବକ ବାଦ୍ଯ ବାଜଣା ସହ ନଗର ଭ୍ରମଣ କରାଯାଇଥିଲା ।
Article Image
1