ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମନ୍ତ୍ରୀଙ୍କ ସହାୟତା ଲୋକମାନଙ୍କ ପାଇଁ ସାଜିଛି ଆଶୀର୍ବାଦ।

କୁଜଙ୍ଗ , 12/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ଗ୍ରାମରେ ଘଟିଛି ଏଭଳି ମର୍ମାହତ କାଣ୍ଡ। ଦେବଦୂତ ସଡ଼କ ସୁରକ୍ଷା ବାହିନୀର ସଭାପତି (ପଙ୍କଜ କୁମାର ତରାଇ) ସେହି ଦୁର୍ଘଟଣାରେ ସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବା ସହ ସହାନୁଭୂତି ଦେଇଥିଲେ। ଭୂତମୁଣ୍ଡାଇ ହମସ୍ ପାଖରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିଲେ। ହଠାତ୍ ପଛପଟୁ ଗୋଟିଏ ବାଇକ୍ ଅତି ତୀବ୍ର ବେଗରେ ଆସି ବାଡେଇଥଲା। ଯାହା ଫଳରେ କି ସେହି ବ୍ୟକ୍ତି ଏବଂ ଦୁର୍ଘଟଣା କରିଥିବା ବ୍ୟକ୍ତି ଦୁହିଁଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ସେ ରାସ୍ତାରେ ପଡ଼ିଥିବା ସମୟରେ ହଠାତ୍ ସେହି ପଟ ଦେଇ ଆମ ରାଜ୍ୟର ଶିକ୍ଷା ତଥା ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଯାଉଥିଲେ। ଲୋକଟି ରାସ୍ତାରେ ପଡ଼ିଥିବା ଦେଖି ଗାଡିରୁ ଓହ୍ଲାଇ ଆସି ଲୋକଟିର ଅବସ୍ଥା ଦେଖିଲେ, ଏବଂ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଓ ପୋଲିସ୍ ଗାଡି ଡକାଇ ମେଡିକାଲ ନେବାର ସୁବ୍ୟବସ୍ଥା କରାଇଥିଲେ।ଗୁରୁତର ବ୍ୟକ୍ତିଙ୍କୁ କୁଜଙ୍ଗ ମେଡିକାଲ୍ ଅଣାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡ଼ିକାଲ ରେଫର୍ କରିଥିଲେ। ମନ୍ତ୍ରୀଙ୍କ ଏଭଳି ସୁକାର୍ଯ୍ୟ ଦେଖି ଲୋକେ ପ୍ରଶଂସା କରିଛନ୍ତି , ଏବଂ କହିଛନ୍ତି ମନ୍ତ୍ରୀ ହେବତ ଏମିତି।
Article Image
Article Image
Article Image
10