ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲୋକନାଥ ଚୌଧୁରୀ ପ୍ରତିମୂର୍ତ୍ତି ଶିଳାନ୍ୟାସ 19 ରେ

କୁଜଙ୍ଗ , 12/05/2025, ଉତ୍କଳ voice news - utkalvoicenews.com
Article Image
ଓଡିଶାର ବିଶିଷ୍ଟ ବାମ ନେତା ତଥା ଜଗତସିଂହପୁର ପୂର୍ବତନ ସାଂସଦ କ.ଲୋକନାଥ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସରେ ସୋମବାର କୁଜଙ୍ଗ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି l ସଭାରେ ବାମନେତା ଦିବାକର ନାୟକଙ୍କ ଦେହାନ୍ତ ଓ ଯୁଦ୍ଧ ସହିଦଙ୍କ ସମ୍ମାନରେ ନିରବ ପ୍ରାର୍ଥନା କରାଯାଇଥିଲା l ଆସନ୍ତା 19 ତାରିଖ ସୋମବାର ଲୋକନାଥ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି l କ.ଲୋକନାଥ ଚୌଧୁରୀ ଜନ୍ମ ଶତ ବାର୍ଷିକୀ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷାବିତ ପ୍ରଭାକର ଭଟ୍ଟଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏଥିନେଇ ନିଷ୍ପତି ହେବା ସହ ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ , ସ୍ଥାନୀୟ ସାଂସଦଙ୍କ ସମେତ ରାଜ୍ୟର ବହୁ ପ୍ରତିଷ୍ଠିତ ନେତୃତ୍ୱ ମାନେ ଯୋଗ ଦେବେ ବୋଲି ପ୍ରସ୍ତାବ ନିଆଯାଇଛି l କୁଜଙ୍ଗ ଲୋକନାଥ ଭବନ ସମୁଖରେ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ପାଇଁ ଶିଳାନ୍ୟାସ ହେବ ଓ କୁଜଙ୍ଗ ବ୍ଲକ ସୂଚନା ଭବନ ଠାରେ ସ୍ମୃତି ସଭା ଆୟୋଜନ ହୋଇଥିବା ଜଣା ପଡିଛି l ଏହି ସଭାରେ ଏକ ସର୍ବ ଦଳୀୟ କମିଟି ଗଠନ କରାଯାଇ ଲୋକନାଥ ବାବୁଙ୍କ ଜୀବନ ତମାମ ସାଧନା ଓ ତ୍ୟାଗ ସମ୍ପର୍କରେ ଉପସ୍ଥିତ ସଭାସଦ ଆଲୋଚନା କରିଥିଲା l ସଭାରେ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ , ସରୋଜ କୁମାର ପଟ୍ଟନାୟକ ,ପିତାମ୍ବର ତରାଇ , ଶ୍ରୀନିବାସ ଜୁଝାର ସିଂ ,ରବୀନ୍ଦ୍ର ମହାପାତ୍ର ,ବିଷ୍ଣୁ ଚରଣ ମୁଦୁଲି ରବୀନ୍ଦ୍ର ମାଝୀ , ,ଡକ୍ଟର ରଘୁନାଥ ସାହୁ ,ଶରତ ବେହେରା , ସୁଧାଂଶୁ ଶେଖର ମହାପାତ୍ର ,ଜିନମୟୀ ସାହାଣୀ ,ଦେବ ପଟ୍ଟନାୟକ ,ସୁବାଷ ମହାପାତ୍ର , ଶରତ ବଳିଆର ସିଂ, ଅକ୍ଷୟ ରାଉତ ,ପ୍ରମୋଦ ଜେନା ,ନିମାଇଁ ମହାପାତ୍ର ,କୈଳାଶ ପରିଡା ,କୈଳାଶ ବେହେରା ,ନବଘନ ସ୍ୱାଇଁ , ପୁରସ୍ତମ ସ୍ୱାଇଁ ଓ ଗଗନ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଲୋକନାଥଙ୍କ ଜୀବନାଦର୍ଶ ନେଇ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ସଭାରେ ନିଷ୍ପତି ହୋଇଥିଲା l
Article Image
1