ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କର୍କଟ ରୋଗରେ ପୀଡିତା ମୀନାରାଣୀ ସ୍ୱାଇଁଙ୍କୁ ଆର୍ଥିକ ସହାୟତା ସହ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ

କୁଜଙ୍ଗ , 13/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନବାଡିଆ ଗ୍ରାମର କର୍କଟ ରୋଗରେ ପୀଡିତା ମୀନାରାଣୀ ସ୍ଵାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ମୀନାରାଣୀ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ଅକ୍ଷମ | ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ଅର୍ଥାଭାବରୁ ତାଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି | ଏବେ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ. ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି, ପରାମର୍ଶଦାତା ସରୋଜ କୁମାର ବେହେରା, ସଂଯୋଜକ କୁନେଶ ବାରିକ,ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, କବିନ୍ଦ୍ର ସ୍ବାଇଁ,ନନ୍ଦନନ୍ଦନ ଜୟସିଂ, ପ୍ରକାଶ ମହାନ୍ତି,ଜ୍ୟୋତିରଂଜନ ସ୍ବାଇଁ, ରୁନିବାଳା ମଲ୍ଲିକ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୁଖ ମୀନାରାଣୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର(୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ମୀନାରାଣୀ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
1