ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଜ୍ରପାତରେ ଗାଈ ଓ ଛେଳିର ମୃତ୍ୟୁ

ବୁଗୁଡ଼ା, 13/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ବଜ୍ରପାତ ଘଟି ରମେଶ ଗୌଡ଼ଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ରମେଶ ଗୌଡ଼ ନିଜର ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଗାଈ ଓ ଛେଳି ଗୁଡିକ ଗଛ ତଳକୁ ଚାଲି ଯାଇଥିଲେ। ସେହି ସମୟରେ ଏକ ବଡ ଧରଣର ବଜ୍ରପାତ ଯୋଗୁଁ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁବରଣ କରିଥିଲେ। ଗୋପାଳକ ରମେଶ ଗୌଡ଼ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଦାବି ହୋଇଛି। ଏଥି ସହ ତାମ୍ବିରି ଗ୍ରାମରେ ଏକ ନଡ଼ିଆ ଗଛ ବଜ୍ରପାତରେ ଜଳି ଯାଇଥିବା ବେଳେ ଅନେକ ବିଦ୍ୟୁତ ଖମ୍ବର ଇଂସୁଲେଟର ଫାଟି ଯାଇଥିବା ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ଯାହତ ହୋଇ ଅଞ୍ଚଳ ଅନ୍ଧାରରେ ରହିଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଯମ ଜାରି ରଖିଛନ୍ତି।
1