ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତରେ "ଡାକ ମେଳା"

ପାରାଦୀପ ଗଡ, 14/05/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତରେ ଜାତୀୟ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଡାକ ମେଳା ରେ ମୁଖ୍ୟ ଅତିଥି ଭାବେ କଟକ ଡାକ ମଣ୍ଡଳ ର ସୂପରିଟେଣ୍ଡେଣ୍ଟ ଶ୍ରୀଯୁକ୍ତ ପରମେଶ୍ବର ନାୟକ ଯୋଗଦେଇ ଡାକ ବିଭାଗରେ ଥିବା ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l କୁଜଙ୍ଗ ସବ୍ ଡିଭିଜନ ର ଇନସ୍ପେକ୍ଟର ମଧୁସ୍ମିତା ମଲ୍ଲ, ଆଇପିପିବି ମ୍ୟାନେଜର ବିକାଶ ମୁଦୁଲି ପୋଷ୍ଟ ଅଫିସ୍ ରେ ଥିବା ଡିଜିଟାଲ ସେବା ସମ୍ପର୍କରେ ଅବଗତ କରିଥିଲେ, ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ମହିଳା ମାନେ ଇଚ୍ଛା ପ୍ରକାଶ କଲେ ଡାକଘରେ ବ୍ୟାପକ ସଞ୍ଚୟ କରି ପାରିବେ ବୋଲି ବକ୍ତବ୍ୟ ରଖିଥିଲେ l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ଏମ୍. ବି. କେ. କଳ୍ପନା ମହାପାତ୍ର ଯୋଗଦେଇ ଡାକ ବିଭାଗରେ ଥିବା ସୁବିଧା ସୁଯୋଗ କୁ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ l ପାରାଦୀପ ଗଡ ଡାକ ଶାଖା ପରିଚାଳକ ଶ୍ରୀ ଦୀପକ ସ୍ୱାଇଁ ଧନ୍ୟବାଦ୍ ପ୍ରଦାନ କରିଥଲେ l
Article Image
Article Image
Article Image
1