ଜଗତସିଂହପୁର, 14/05/2025, ଉତ୍କଳ voice news - utkalvoicenews.com
କୁରୁମ ବୌଦ୍ଧ ପୀଠ ବିକାଶ ପରିଷଦ, ଯମଧର୍ମ, କୋଣାର୍କ, ର 63 ତମ ବାର୍ଷିକ ଉତ୍ସବ ରେ ଅଳାଭର ଶାସନ ର ସମାଜ ସେବୀ ସୂର୍ଯ୍ୟ ନନ୍ଦନ ପରିଜା ଙ୍କୁ ସିଦ୍ଧାର୍ଥ ସେବା ସମ୍ମାନ ପ୍ରଦାନ କରାଯାଇଛି.ଏହି ଉପଲକ୍ଷେ ଅଯୋଜିତ ସଭାରେ ସଭାପତିତ୍ୱ କରିଥିଲେ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ହରେକୃଷ୍ଣ ସ୍ୱାଇଁ.ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ମଙ୍ଗରାଜ ବିଶ୍ୱାଳ, ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ. ବୌଦ୍ଧ ଦର୍ଶନ ର ପ୍ରସଙ୍ଗିକତା ଉପରେ ସାରଗର୍ଭକ ଆଲୋଚନା ଓ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରା ଯାଇଥିଲା.ଏଠାରେ ଉଲ୍ଲେଖ ଯୋଗ୍ୟ, ଶ୍ରୀଯୁକ୍ତ ପରିଜା, ମା, ମାଟି ଓ ପରିବେଶ ର ସୁରକ୍ଷା ପାଇଁ ଯଥାସାଧ୍ୟ ଉଦ୍ୟମ କରି ଆସୁଛନ୍ତି. ଏତଦଭିନ୍ନ, ଗ୍ରାମାଞ୍ଚଳ ର ଗରିବ ଓ ମେଧାବୀ ଛାତ୍ର, ଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ସମ୍ମାନିତ କରିବା ସହିତ ସେମାନଙ୍କୁ ଯଥା ସାଧ୍ୟ ସହାୟତା ପ୍ରଦାନ କରି ଆସୁଛନ୍ତି. ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି.ଏହି ସମ୍ମାନ ପ୍ରାପ୍ତି ଯୋଗୁଁ ଶ୍ରୀଯୁକ୍ତ ପରିଜା ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି.