ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋଲିଆ ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଶୁଭଶ୍ରୀ, ଦ୍ବାଦଶର ସ୍ମିତାରାଣୀ ପ୍ରଥମ

ବୁଗୁଡ଼ା, 14/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀ ଛାତ୍ରୀ ଶୁଭଶ୍ରୀ ବିଷୋୟୀ ସର୍ବାଧିକ ୪୭୩ ମାର୍କ (୯୪.୮%) ହାସଲ କରି ବିଦ୍ଯାଳୟ ଟପ୍ପର ରୂପେ ବିବେଚିତ ହୋଇଥିବା ଜଣାଯାଇଛି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ୪୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଛାତ୍ରୀ ସ୍ମିତାରାଣୀ ସେଠୀ ସର୍ବାଧିକ ୪୧୦ ମାର୍କ(୮୨%)ପ୍ରାପ୍ତ କରି ବିଦ୍ଯାଳୟ ଟପ୍ପର ଭାବେ ବିବେଚିତ ହୋଇଛନ୍ତି। ଏହି ସଫଳତା ପାଇଁ ଭାରପ୍ରାପ୍ତା ଅଧ୍ଯକ୍ଷା ସୁଚିତ୍ରା ପଟ୍ଟନାୟକଙ୍କ ସମେତ ବିଦ୍ଯାଳୟ କର୍ତ୍ତୃପକ୍ଷ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ଜଣାଯାଇଛି।
Article Image
1