ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜବାହର ନବୋଦୟ ବିଦ୍ୟାଳୟରେ ଦଶମ ଓ ଦ୍ୱାଦଶରେ ଶତ ପ୍ରତିସତ ରେଜଲ୍ଟ

ରାହାମା, 14/05/2025, ଉତ୍କଳ voice news - utkalvoicenews.comନବୋଦୟ CBSE ପରୀକ୍ଷାଫଳ ଶତପ୍ରତିଶତ
Article Image
ସ୍ଥାନୀୟ ସାଇଲୋ ରାହାମା ସ୍ଥିତ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଦ୍ବାଦଶ ଓ ଦଶମ ଶ୍ରେଣୀର ପରୀକ୍ଷାଫଳ ଶତ ପ୍ରତିଶତ ହୋଇଛି।ଦଶମ ଶ୍ରେଣୀରେ କୁମାରୀ ସୁଭାଙ୍ଗି ସଙ୍ଗିକା୯୮.୨% ରଖି ରେକର୍ଡ ସୃଷ୍ଟି କରିଥିବାବେଳେ ଦ୍ବାଦଶ ଶ୍ରେଣୀର ଅସ୍ପିନ ଜେନା ୯୨.୮% ରଖି ସ୍କୁଲ ଟପ୍ପର ହୋଇଛନ୍ତି,ଯାହାକି ବିଦ୍ୟାଳୟ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ। କୁମାରୀ ସାଙ୍ଗିକା ଗଣିତ ଏବଂ ବିଜ୍ଞାନରେ ୧୦୦ ରୁ ୧୦୦ ରଖିଥିବାବେଳେ କୁମାରୀ ଆଦ୍ୟାଶା ସ୍ଵୟପ୍ରଭା ବିଜ୍ଞାନରେ ଶତପ୍ରତିଶତ ରଖି ତାଙ୍କ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି।ସେହିପରି ଓଡ଼ିଆରେ ୫ଜଣ ବିଦ୍ୟାର୍ଥୀ ଅନୁଷ୍କା ତ୍ରିପାଠୀ,ଦିବ୍ୟଜ୍ୟୋତି ସ୍ୱାଇଁ ,ପାୟଲ ପ୍ରିୟଦର୍ଶିନୀ, ସାଇସ୍ମିତା ବାରିକ,ଶିବାନୀ ସ୍ୱାଇଁ ୧୦୦ ରୁ ୧୦୦ ନମ୍ବର ରଖିଛନ୍ତି।ସମୁଦାୟ ୮୦ ରୁ ୮୦ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ଦଶମ ଶ୍ରେଣୀରେ ୧୮ ଜଣ ୯୦% ତଦୁର୍ଦ୍ଧ ଏବଂ୯ ଜଣ ୯୫% ଉପରକୁ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।ଦ୍ବାଦଶ ଶ୍ରେଣୀରେ ସମସ୍ତ ୮୦ ଜଣ ବିଦ୍ୟାର୍ଥୀ ୬୦% ଉପରକୁ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ତାଙ୍କ ମଧ୍ୟରୁ ୪ଜଣ ୯୦% ଉପରକୁ ନମ୍ୱର ରଖିଛନ୍ତି। ଉକ୍ତ ପରୀକ୍ଷା ପରିଣାମ ପିଲାମାନଙ୍କର ଚେଷ୍ଟା, ଅଭିଭାବକଙ୍କ ସହଯୋଗ ଏବଂ ଶିକ୍ଷକମାନଙ୍କ ମାର୍ଗଦର୍ଶନ ତଥା ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ଓ ଉପାଧ୍ୟକ୍ଷ ଅଧିର କୁମାର ନାୟକଙ୍କ ସୁପରିଚାଳନା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି
Article Image
1