ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ନିମିଢି ଗ୍ରାମ ରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର l

ପାରାଦୀପ ଗଡ, 29/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ପାରାଦୀପ ତୈଳ ବିଶୋଧନାଗାର ସହାୟତାରେ ନିମିଢି ମା ରାମଚଣ୍ଡି ୟୁଥ୍ କ୍ଳବ୍ ପରିସର ରେ ଏକ ମେଗା ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଯାଇଛି l
Article Image
ଉକ୍ତ ସ୍ବାସ୍ଥ୍ୟ ସେବା ଶିବିର ରେ ବରିଷ୍ଟ ଡାକ୍ତର ତାରା ଶଙ୍କର ରଥ ଓ ଡାକ୍ତର ଶ୍ରୀ ଜୀବନ ଜ୍ୟୋତି ମହାନ୍ତି, ଯୋଗଦେଇ ୨୭୨ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ରେ ଔଷଧ ଯୋଗାଇ ଦେଇଥିଲେ l
Article Image
ଉକ୍ତ କାର୍ଯ୍ୟକ୍ରମ କୁ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଉଦ୍ଘାଟନ କରିଥିଲେ l ଉକ୍ତ ଶିବିର କୁ ଷ୍ଟାଫ୍ ନର୍ସ ମୋନାଲିସା ଜେନା, ଇତି ସ୍ମିତା ମହାରଣା,ଫାରମାସିଷ୍ଟି ଅଭିଷେକ ବଳ, ଶୁଭେନ୍ଦୁ ସ୍ୱାଇଁ, ହିମାଂଶୁ ମହାରଣା ଏବଂ ସଂଗଠକ ଶ୍ରୀ ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଂଯୋଜନା କରିଥିଲେ l ଚନ୍ଦ୍ର ଶେଖର ଚୌଧୁରୀ, ଜୟନ୍ତ୍ ସେନାପତି, ବାବୁଲି ନାୟକ, ଭାସ୍କର ସାହୁ, ଚିନ୍ତୁନା ରାଉତ, ମନୋଜ ରାଉତ, ପିଙ୍କୁନା ରାଉତ, ମଣ୍ଟୁ ରାଉତ, ରାଜେଶ ସାହୁ, ନ୍ୟାୟପଞ୍ଚ ଶ୍ରୀ ପ୍ରକାଶ ସ୍ୱାଇଁ, ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପ୍ରତି ମାସରେ ପଂଚାୟତ ର ବିଭିନ୍ନ ଗ୍ରାମରେ ଏହିପରି ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l
Article Image
Article Image
1