ଏରସମା, 14/05/2025, ଉତ୍କଳ voice news - utkalvoicenews.com

ପ୍ରଥମ ଓଡ଼ିଶା ଜେଏସ୍ ଡବ୍ଲୁ ତରପରୁ ଏରସମା ବ୍ଲକ,ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମରେ ଗ୍ରୀଷ୍ମକାଳୀନ ଶିବିର ଏବଂ ବିଦ୍ୟାଳୟର ପୂର୍ବ ପ୍ରସ୍ତୁତି ଉଦଘାଟନ ମେଳା ବହୁତ୍ ଧୁମ୍ ଧାମରେ ପାଳିତ ହୋଇଛି,ଏହି ଉଦଘାଟନ ଦିବସରେ ଏରସମା ମଣ୍ଡଳ ଶିକ୍ଷାଧିକାରୀ ବିଶ୍ଵମ୍ଭର ମଲ୍ଲିକ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲିୟାକାତ ଅଲ୍ଲୀ,ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ,ଷ୍ଟେଟ ଟିମ୍ ର ଏମ୍ ଏମ୍ ଇ ମନୋରଞ୍ଜନ ସାର, ସିଆରସିସି ନିରଞ୍ଜନ ସାର, ବିପିଏମ୍ ଅନିତା ସ୍ୱାଇଁ ,ଆକାଉଣ୍ଟ ଜ୍ଞାନ ରଞ୍ଜନ ବାରିକ, ଏବଂ ବିଭୁ ଦତ୍ତ ପ୍ରଧାନ,ସୁପରଭାଇଜର ପ୍ରଣତି ଦାସ ,ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ମିହିର ସାର, ପୁଲଖାଇ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରମେଶ ସାର, ପଞ୍ଚ ସଖା ସେତୁର ସଭାପତି ବିକ୍ରମ ଜିତ୍ ସାମନ୍ତରାୟ ,ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲିନା ନନ୍ଦ,ଜେଏ୍ ଡବ୍ଳୁ ଫାଉଣ୍ଡେସନ ର ନରେନ୍ଦ୍ର ସାର ଏବଂ ସିଦ୍ଧାର୍ଥ ସାର,ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନଙ୍ଗୁଳି ସାର ଏବଂ ରିନା ଦିଦି,ତ୍ରିଲୋଚନ ପୁର ଗ୍ରାମର ଅଙ୍ଗନୱାଡ଼ି,ଦିଦି, ଏବଂ ଡମପଡା ର ଅଙ୍ଗନୱାଡ଼ି ଦିଦି ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଉପସ୍ଥିତ ଥିବା ସମସ୍ତ ଗୁରୁଜନ ମାନେ ନିଜ ନିଜର ଅଭିଭାଷଣ ଦେଇଥିଲେ,କୁମୁଦ ରଞ୍ଜନ ମହାନ୍ତି ସାର,ଗ୍ରୀଷ୍ମକାଳୀନ ଶିବିର କରିବାର ଉଦେଶ୍ୟ,କେଉଁ ପିଲାଙ୍କ ସହିତ କରାଯିବ,ତାହା ଉପରେ ଆଲୋଚନା କରିଥିଲେ,ସେଠାରେ ବିଦ୍ୟାଳୟର ର ପୂର୍ବ ପ୍ରସ୍ତୁତି ମେଳା ର ଏକ ଷ୍ଟଲ୍ ଲାଗିଥିଲା,ପ୍ରଥମ ଶ୍ରେଣୀ ପିଲାମାନଙ୍କର ୬ ଟି ଦକ୍ଷତା ଉପରେ ମୂଲ୍ୟାଙ୍କନ କରାଯାଇଥିଲା, ତା ସହିତ ପିଲାମାନଙ୍କ ଦ୍ଵାରା କିଛି ସାଂସ୍କୃତିକ କାର୍ଯକ୍ରମ କରାଯାଇଥିଲା,କୃତି ପିଲାମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏହି ସଭାକୁ ପ୍ରଥମ ଓଡ଼ିଶା ର କୁମୁଦ ରଞ୍ଜନ ମହାନ୍ତି,ହେମନ୍ତ କୁମାର ପ୍ରଧାନ,ପ୍ରିୟବ୍ରତ ନାୟକ,ସୌଦାମିନୀ ସାହୁ,ଅନିତା ବେହେରା, ଶାକୁଲି କଳାପାହାଡ଼,ଜେଏ୍ ଡବ୍ଲୁ ର ଛବି ସାର,ବଳରାମ ସାର,ପାପିନି ସାର,ପାର୍ବତୀ ଦିଦି ଏବଂ ମିତାଲି ଦିଦି ସଭାର ଆୟୋଜନ କରିଥିଲେ।
