ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ଓ ଏରସମା ବ୍ଲକର ସୀମାଞ୍ଚଳ ପାଟପୁର ରେଲୱେ କ୍ରସିଂ ରେ ଓଭର ବ୍ରିଜ ପାଇଁ ଅଞ୍ଚଳ ବାସୀଙ୍କ ଦାବି ଉଠିଛି ।

କୁଜଙ୍ଗ , 14/05/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକର ପଚାଶ ଖଣ୍ଡି ମୌଜା ଓ କୁଜଙ୍ଗ ବ୍ଲକ ପଚାଶ ଖଣ୍ଡି ମୌଜାର ଲୋକଙ୍କ ଯାତାୟତ ପଥ ପାଟ ପୁର ନିକଟରେ ରହିଛି ରେଲୱେ କ୍ରସିଂ ।ପ୍ରତିଦିନ ହଜାର ହଜାର ଲୋକ କୁଜଙ୍ଗ ମେଡିକାଲ,କୁଜଙ୍ଗ ସାପ୍ତାହିକ ହାଟ ,କୋଟ କଚେରୀ,ଥାନା,ଜଗତସିଂହପୁର ଜିଲ୍ଲାକୁ ଓ କଟକ ଯାତାୟତ ର ଏହି ମୁଖ୍ୟ ରାସ୍ତା । ଏହି ଅଞ୍ଚଳକୁ ମଧ୍ୟ କଟକ,ଭୁବନେଶ୍ୱର ଓ ପାରାଦୀପ ରୁ ବସ ଯାତାୟତ କରିଥାଏ ।ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ ।ଆହୁରି ମଧ୍ୟ ପ୍ରତିଦିନ ଶହଶହ ଶ୍ରମିକ ଏହି ରାସ୍ତା ଦେଇ ବିଶ୍ଵଧନା ଗାର,ଜିନ୍ଦଲ ପ୍ରକଳ୍ପ କୁ କାମ କରିବାକୁ ଯାଇଥାନ୍ତି । ଦୁଃଖର ବିଷୟ ପାରାଦୀପରୁ କଟକ ଯାଇଥିବା ରେଲୱେ ଲାଇନ ଏରସମା ବ୍ଲକର ସୀମାଞ୍ଚଳ ପାଟପୁର ନିକଟରେ କ୍ରସ କରିଛି ।ପ୍ରତିଦିନ ପାରାଦୀପରୁ କଟକ ଓ କଟକ ରୁ ପାରାଦୀପ କୁ ମାଲ ବାହି ଓ ଯାତ୍ରୀବାହୀ ଟ୍ରେନବହୁବାର ଯାତାୟତ ସମୟରେ ଉକ୍ତ ରେଲୱେ କ୍ରସିଂ ନିକଟରେ ପଥଚାରୀଙ୍କୁ ଅପେକ୍ଷା କରିବାକୁ ପଡୁଛି ।ବାଲିତୁଠ ମେଡିକାଲ,ଢ଼ିଙ୍କିଆ ମେଡିକାଲ ରୁ ଜରୁରୀ ରୋଗୀ ଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡୁଛି ।ଏହି ସ୍ଥାନରେ ଏକ ଓଭର ବ୍ରିଜ କରାଗଲେ ଏରସମା ଓ କୁଜଙ୍ଗ ବ୍ଲକ ର ଶତାଧିକ ଗ୍ରାମବାସୀଙ୍କ ଜରୁରୀ ଯାତାୟତ ସମସ୍ୟା ର ସମାଧାନ ହୋଇପାରନ୍ତା ବୋଲି ଏହି ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।ଉକ୍ତ ସମ୍ବେଦନଶୀଳ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ,ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଏରସମା ବ୍ଲକ ଯୁବ ବିଜୁଜନତା ଦଳର ଉପସଭାପତି ଲୋକନାଥ ରାଉତ, ଚଟୁଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳୀନ ସ୍ୱlଇଁ,ଚାରି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ସମାଜସେବୀ ଶିବ ପ୍ରସାଦ ମଲ୍ଲ, ପଦ୍ମଲୋଚନ ଦାଶ,ରବିନ୍ଦ୍ର କୁମାର ପଣ୍ଡା, କୈଳାସ ଚନ୍ଦ୍ର ଦାସଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ତଥା ମୁରବି ମାନେ ଦାବୀ କରିଛନ୍ତି ।
Article Image
Article Image
1