ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେଲବଣ ମଠ ରେ ଶ୍ରୀରାମ ଚରିତ୍ର ମାନସର ପୂର୍ଣାହୁତି

କୁଜଙ୍ଗ , 15/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବେଲବଣ ପୀଠରେ ନବଦିନ ବ୍ୟାପୀ ଶ୍ରୀରାମ ଚରିତ୍ର ମାନସ ନବାହ୍ନ ପରାୟଣ ପ୍ରବଚନ, ଘୃତଜଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ପ୍ରଭୁତି ଅନୁଷ୍ଠିତ ହୋଇଯାଇଛି। ପବିତ୍ର ସୀତା ନବମୀ ଠାରୁ ଆରମ୍ଭ ହୋଇ ଚନ୍ଦନ ପୁର୍ଣିମାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁ ନନା )ଙ୍କ ସଂଯୋଜନାରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଶିଷ୍ୟ ତଥା ସମାଜ ସୁଧାରକ ଡ଼ଃ ଅରୁଣ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ଜୀବନରେ ରାମଙ୍କ ଗୁଣକୁ ପାଳନ କରିବା ଆବଶ୍ୟକ ଓ ମଦ୍ୟ ମାଦକତା ଠାରୁ ନିଜକୁ ଦୁରେଇ ରଖିଲେ ଶ୍ରୀରାମଙ୍କ କୃପା ଲାଭ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରିୟମ୍ବଦା ମହାପାତ୍ର ଯୋଗଦେଇଥିଲେ। ନବଦିନ ବ୍ୟାପି ପ୍ରବଚକ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ଦିବାକର ଦାସ ମହାରାଜ, ଅଧ୍ୟାପକ ଅରୁଣ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ନାୟକ, ଓ ବିରଜା କ୍ଷେତ୍ରର ପଣ୍ଡିତ ଅଶ୍ୱିନୀ କୁମାର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପଣ୍ଡିତ ବଟଚରଣ ଦାଶଙ୍କ ନେତୃତ୍ୱରେ ଆଚାର୍ଯ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ପ୍ରତ୍ୟହ ସୂର୍ଯ୍ୟପୂଜା , ଗୋପୁଜନ, ହବନ ଇତ୍ୟାଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। କର୍ତ୍ତାକର୍ତ୍ତୀ ଭାବେ ବଟଚରଣ ଦାଶ ଓ ଆରତୀ ଦାଶ ଯୋଗ ଦେଇଥିଲେ । ମଠଧୀଶ ଶ୍ୟାମ ଚରଣ ଦାଶ ମହାରାଜଙ୍କ ପରିଚାଳନାରେ ରାମ ଚରିତ୍ର ମାନସ କମିଟି ଓ ତିର୍ତୋଲ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ । ହନୁମାନଶ୍ରିତ ବ୍ରଜକିଶୋର ମହାନ୍ତି ଓ ଯୋଗାଗୁରୁ ସ୍ମୃତିରଞ୍ଜନ ରାୟ ଶାନ୍ତି ପାଠ କରିଥିଲେ ।
1