ଏରସମା, 16/05/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ବାମଦେଇପୁରୁ ପଞ୍ଚାୟତ ଅନ୍ତର୍ଗତ ମହାଲକ୍ଷ୍ମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଙ୍କରଦିଆ ୨୦୨୦ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ମହାଲକ୍ଷ୍ମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଙ୍କରଦିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାଲକ୍ଷ୍ମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭୟ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଏକ ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମହାଲକ୍ଷ୍ମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦାମୋଦର ପରିଡ଼ା, ଶିକ୍ଷକ ପ୍ରଭାତ କୁମାର ସ୍ୱାଇଁ, ପରିଚାଳନା କମିଟିର ସଭାପତି କିଶୋର କୁମାର ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହିତ ଦୀର୍ଘାଉ ଜୀବନ କାମନା କରିଥିଲେ।ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରାକ୍ତନ ଛାତ୍ର ଶିବପ୍ରସାଦ ପରିଡ଼ା,ପ୍ରସାଦ କୁମାର ନାୟକ, ଆଶିଷ କୁମାର ରାଉତ,ବବୁଲ ସ୍ୱlଇଁ, ସ୍ୱୟଂ ପ୍ରକାଶ ଦାସ, ଶ୍ରୀଧର ନାୟକ, ସୋମନାଥ ପୂହାଣ, ପିନାକୀ ପଲ୍ଲାଇ, ସଶ୍ମୀତା ପରିଡ଼ା, ରାଜଶ୍ରୀ ନାୟକ,ସୋନିତା ସୂତାର, ସୋନାଲି ପାତ୍ର,ସୋନାଲି ସ୍ୱ।ଇଁ, ଇସ୍ପିତା ସାହୁଙ୍କ ସମେତ ୨୦୨୦ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ।
