ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୀର ଯବାନଙ୍କ ଉଦ୍ଦେଶ୍ୟରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ରାହାମା, 16/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ଠାରେ ଆଜି ଅପରେସନ ସିନ୍ଦୁର ର ସଫଳତା ଓ ଭାରତୀୟ ସେନାବାହିନୀ ବୀର ଯବାନଙ୍କ ଦକ୍ଷତାକୁ ସଂମ୍ମାନ ଜଣାଇ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ଡ଼ଃ ସୁନାକର ବେହେରା ଙ୍କ ସଂଯୋଜନାରେ କଲେଜ ଛକ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ସହ ସହ ସଂଖ୍ୟାରେ ଦେଶ ପ୍ରେମରେ ସମର୍ପିତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ, ସ୍ବେଛାସେବୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନଧି,ଆରକ୍ଷୀ ବାହିନୀ, ବ୍ୟବସାୟୀ ବନ୍ଧୁ ଓ ଅଞ୍ଚଳର ଜନସାଧାରଣ ଏକତ୍ରିତ ହୋଇ ହସ୍ତରେ ତ୍ରିରଙ୍ଗା ଧରି ଏକ ବିରାଟ ଶୋଭାଯାତ୍ରାରେ ରାହାମା ବଜାର ଓ ତାଳପଡା ଛକ ପରିକ୍ରମା କରିଥିଲେ।ଜାମୁ କାଶ୍ମୀର ପହେଲଗାଁଓ ଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବାଦରେ ଅପରେସନ ସିନ୍ଦୁର ସଫଳତାରେ ଆଜିର ଏହି ପରାକ୍ରମ ଶୋଭାଯାତ୍ରାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଧ୍ରୁବ ଚରଣ ଦାସ ଜାତୀୟ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତାଳପଡାର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ଶତପଥୀ ଓ ଗୁରୁଜୀ ଗୁରୁମା,ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ବାରିକ,ଗସ ଟିଉଟୋରିଆଲ ମୁଖ୍ୟ କିଶୋର କୁମାର ସ୍ୱାଇଁ ଓ ବିଦ୍ୟାର୍ଥୀ, ଆଇ.ଟି.ସି.ଟି ସାଇନ୍ସ ପଏଣ୍ଟର ମୁଖ୍ୟ ଓ ବିଦ୍ୟାର୍ଥୀ,ୟୁନିକ ସାଇନ୍ସ ଏକାଡେମୀ ମୁଖ୍ୟ ନଳିକାନ୍ତ ବରାଳ ଓ ବିଦ୍ୟାର୍ଥୀ,ବଜାର କମିଟି ରାହାମାର ସଭାପତି ଶିଶିର କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ,କୋଷାଧକ୍ଷ ବଇଁଶୀଧର କୁଣ୍ଡୁ,ସମାଜସେବୀ ବିବେକ ମହାନ୍ତି, ରାହାମା ପ୍ରେସ କ୍ଲବ ସଭାପତି ଡ଼ଃ ମାନସ ରଞ୍ଜନ ମହାନ୍ତି,ରାହାମା ଅଞ୍ଚଳର ଯୁବ ସଂଗଠକ ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ,ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ସାହୁ, ବରିଷ୍ଠ ବୁଦ୍ଧିଜୀବୀ ଅକ୍ଷୟ କୁମାର ସାହୁ, ମନୋହର ସ୍ୱାଇଁ,ନୃସିଂହ ଚରଣ ସେନାପତି, କାର୍ତିକ ଚନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରସନ୍ନ କୁମାର ସ୍ୱାଇଁ, ବିଜେପି ମଣ୍ଡଳ ସଭାପତି, ରାହାମା ଶରତ ଚନ୍ଦ୍ର ସ୍ୱାଇଁ,ତ୍ରୈଲୋକ୍ୟନାଥ ମହାନ୍ତି ଇତ୍ୟାଦି ତ୍ରିରଙ୍ଗା ପରାକ୍ରମ ଯାତ୍ରାରେ ସହଯୋଗ କରିବା ସହିତ ଭାରତୀୟ ସେନାର ଯବାନଙ୍କ ଅଦ୍ୟମ ସାହସ ଓ ମାତୃଭୂମି କୁ ରକ୍ଷା କରିବାର ଦୃଢ଼ ସଂକଳ୍ପ ଓ ପରାକାଷ୍ଠା ଦେଶ ସୁରକ୍ଷାରେ ତିନି ସେନାବାହିନୀ ର ସୈନିକ ମାନେ ଜାଗ୍ରତ ପ୍ରହରୀ ହୋଇଥିବାରୁ ଆଜିର ଏହି ଶୋଭାଯାତ୍ରା ତାଙ୍କପାଇଁ ଉତ୍ସାର୍ଗୀକୃତ ବୋଲି ବର୍ଣ୍ଣନା କରିଥିଲେ।
Article Image
Article Image
1