ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କିଟ୍ ଓ କିସ୍ ତରଫରୁ ୧୨ ତମ ବାର୍ଷିକ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଭୁବନେଶ୍ଵର, 17/05/2025, ଉତ୍କଳ voice news - utkalvoicenews.com
Article Image
କିଟ୍ ଓ କିସର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଆର୍ଟ ଅଫ ଗିଭିଂ ଦିବସ ଦୀର୍ଘ ୧୧ ବର୍ଷ ଧରି ପ୍ରତ୍ୟେକ ବର୍ଷ ମେ ମାସ ୧୭ ତାରିଖରେ ଦେଶ ବିଦେଶରେ ପାଳିତ କରାଯାଉଅଛି। ଡ଼ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଆଜି ୧୨ ତମ ଆର୍ଟ ଅଫ ଗିଭିଂ ଦିବସ ଭୁବନେଶ୍ୱର ପଥର ଗାଡ଼ିଆ ଗ୍ରାମର କାଳୀ ମନ୍ଦିର ପରିସରରେ ପାଳନ କରାଯାଇଛି।ଗ୍ରାମର କିଛି କିଛି କୁନି ପିଲାମାନଙ୍କ ସହିତ କିଛ ମା" ମାନଙ୍କୁ ନେଇ ଅନିତା ମିଶ୍ର ଓ ଅରୁଣା ମିଶ୍ର ଆର୍ଟ ଅଫ ଗିଭିଂ ପାଳନ କରିଛନ୍ତି। ଏହି ଆର୍ଟ ଅଫ ଗିଭିଂ ଦିବସକୁ ଆଗାମୀ ଦିନରେ କିପରି ପାଳନ କରିବା ସେ ବିଷୟରେ କିଛି ମା" ମାନଙ୍କ ସହିତ କିଛି କୁନିକୁନି ପିଲାମାନଙ୍କୁ ସଚେତନତା କରାଇବା ସହିତ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଆର୍ଟ ଅଫ ଗିଭିଂ ଦିବସକୁ ମନେ ପକେଇବା ସହିତ କୁନିକୁନି ପିଲାମାନଙ୍କୁ ସଚେତନତା କରାଇଥିବା ଏହି ମହାନ କାର୍ଯ୍ୟକ୍ରମ ପାଇଁ ଅନିତା ମିଶ୍ର ଓ ଅରୁଣା ମିଶ୍ରଙ୍କୁ ପଥର ଗାଡିଆ ଗ୍ରାମର ଗ୍ରାମବାସୀମାନେ ଅଶେଷ୍ ଅଶେଷ୍ ଧନ୍ୟବାଦ୍ ଜଣାଇଛନ୍ତି।
Article Image
10