ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କିଡ଼ନୀ ରୋଗରେ ପୀଡିତ ଗୌତମ ସ୍ୱାଇଁଙ୍କୁ ଆର୍ଥିକ ସହାୟତା

ଜଗତସିଂହପୁର, 18/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନାରଦିଆ ଗ୍ରାମର କିଡ଼ନୀ ରୋଗରେ ପୀଡିତ ଗୌତମ ସ୍ବାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଗୌତମ ଜଣେ ଗରିବ ଶ୍ରେଣୀର ପିଲା | ରଙ୍ଗ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଗତ କିଛି ମାସ ହେବ ଗୌତମ କିଡ଼ନୀ ରୋଗରେ ପୀଡିତ ହୋଇ ବର୍ତ୍ତମାନ ସେ ଚଲାବୁଲା ଠିକ ସେ କରିପାରୁନାହାନ୍ତି | ଗୋଡ ହାତ ସବୁ ଫୁଲି ଯାଉଛି | ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଛି। ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ନନ୍ଦନନ୍ଦନ ଜୟସିଂ, ଜୀବନଜ୍ୟୋତି ଜୟସିଂ, ସୁଧାକର ମହାନ୍ତି ଏବଂ ସତ୍ୟବ୍ରତ ଦାସ ପ୍ରମୁଖ ଗୌତମଙ୍କ ବାସଭବନରେ ପହଞ୍ଚି ତାଙ୍କ ମା' ଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଗୌତମଙ୍କ ମା' ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
Article Image
1