ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା

ଏରସମା, 18/05/2025, ଉତ୍କଳ voice news - utkalvoicenews.com
Article Image
ଆତଙ୍କବାଦୀ ବିରୋଧୀ ଅଭିଜାନ ଅପରେସନ ସିନ୍ଦୂରର ସଫଳତା ଏବଂ ଭାରତୀୟ ବୀର ଯବାନମାନଙ୍କ ସାହସିକତାକୁ ସମ୍ମାନ ଜଣାଇ ରବିବାର ଚାରି ନଂ ଜୋନ ଅଧିନ ଏରସମା ବ୍ଲକଏରସମା ତା ୧୮/୫/୨୫ ଆତଙ୍କବାଦୀ ବିରୋଧୀ ଅଭିଜାନ ଅପରେସନ ସିନ୍ଦୂରର ସଫଳତା ଏବଂ ଭାରତୀୟ ବୀର ଯବାନମାନଙ୍କ ସାହସିକତାକୁ ସମ୍ମାନ ଜଣାଇ ରବିବାର ଚାରି ନଂ ଜୋନ ଅଧିନ ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁରୁ ପଞ୍ଚାୟତରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଳେଇପୁରୁ ବଜାରରୁ ବଳେଇପୁରୁ ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ଜନସାଧାରଣ ଓ  ବୃଦ୍ଧିଜୀବୀ ମାନେ ତ୍ରିରଙ୍ଗା ପତାକା ଧରି ଭାରତମାତା ଓ ବୀର ଯବାନମାନଙ୍କ ଜୟଗାନ କରି ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଅରୁଣ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ରାଉତ,କୁମରବର ନାୟକ, ଲୋକନାଥ ମହାପାତ୍ର, ଚିନ୍ମୟ ଖଟୁଆ, ପବିତ୍ର ସ୍ୱାଇଁ, ରମେଶ ପାଲ୍ ଯୋଗଦେଇ ଥିଲେ।
Article Image
10