ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା

ଏରସମା, 18/05/2025, ଉତ୍କଳ voice news - utkalvoicenews.com
Article Image
ଆତଙ୍କବାଦୀ ବିରୋଧୀ ଅଭିଜାନ ଅପରେସନ ସିନ୍ଦୂରର ସଫଳତା ଏବଂ ଭାରତୀୟ ବୀର ଯବାନମାନଙ୍କ ସାହସିକତାକୁ ସମ୍ମାନ ଜଣାଇ ରବିବାର ଚାରି ନଂ ଜୋନ ଅଧିନ ଏରସମା ବ୍ଲକଏରସମା ତା ୧୮/୫/୨୫ ଆତଙ୍କବାଦୀ ବିରୋଧୀ ଅଭିଜାନ ଅପରେସନ ସିନ୍ଦୂରର ସଫଳତା ଏବଂ ଭାରତୀୟ ବୀର ଯବାନମାନଙ୍କ ସାହସିକତାକୁ ସମ୍ମାନ ଜଣାଇ ରବିବାର ଚାରି ନଂ ଜୋନ ଅଧିନ ଏରସମା ବ୍ଲକ ଅନ୍ତର୍ଗତ  ଚଟୁଆ ପଞ୍ଚାୟତରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି ।ଚଟୁଆ ଐତିହାସିକ ପୀଠ ବେଡ଼ିମଠାରୁ ଚଟୁଆ ବଜାର ପର୍ଯ୍ୟନ୍ତ ଜନସାଧାରଣ ଓ  ବୃଦ୍ଧିଜୀବୀ ମାନେ ତ୍ରିରଙ୍ଗା ପତାକା ଧରି ଭାରତମାତା ଓ ବୀର ଯବାନମାନଙ୍କ ଜୟଗାନ କରି ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ପଦ୍ମଲୋଚନ ଦାଶ, ବିପିନି କୁମାର ନାୟକ,ପଲ୍ଲବ ବିହାରୀ ପଟ୍ଟନାୟକ, ଅଭୟ କୁମାର ପାଳ,ନୃସିଂହ ମଲ୍ଲିକ, ପ୍ରଶାନ୍ତ ବାରିକ,ଜନ୍ମଜୟ ସାମଲ, ସାରଦା ପ୍ରସନ୍ନ ବିଶ୍ଵାଳ, ସାରଦା ସତପଥି, ପ୍ରଦୀପ ବେହେରା, ବିଜୟ ଦାସ,ଶିବ ପ୍ରସାଦ ମଲ୍ଲ ,ଜଗବନ୍ଧୁ ସେଠୀଙ୍କ ସହିତ ବୃଦ୍ଧିଜୀବିଓ ଜନସାଧାରଣ ମାନେ ଯୋଗଦେଇଥିଲେ।
1