ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳେଇପୁରୁ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବନିପାଟ ରାଉତ ଇଲେଭେନ୍ ଚମ୍ପିୟାନ

ଏରସମା, 18/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁରୁ ପଞ୍ଚାୟତ ଖେଳ ପଡିଆ ଠାରେ ତୃତୀୟ ବାର୍ଷିକ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟେନିସ ଟୁର୍ଣ୍ଣାମେଣ୍ଟରେ ଚାରିଗୋଟି କ୍ରିକେଟ ଟିମ୍ ଭାଗ ନେଇଥିଲେ। ଆଜିର ଫାଇନାଲ ମ୍ୟାଚ ବନିପାଟ ରାଉତ ଇଲେଭେନ୍ କ୍ରିକେଟ ଟିମ୍ ଓ ବଳେଇପୁରୁ ବଜରଙ୍ଗୀ ଓ୍ବ।ରିୟସ କ୍ରିକେଟ ଟିମ୍ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ବଳେଇପୁରୁ କ୍ରିକେଟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଆଠ ଓଭର୭୫ ରନ୍ କରିଥିବା ସମୟରେ ବନିପାଟ କ୍ରିକେଟ ଟିମ୍ ସପ୍ତମ ଓଭର ଚାଲୁଥିବା ସମୟରେ ସାତ ଓ୍ବିକେଟ ବିନିମୟରେ ବିଜୟ ହାସଲ କରିଥିଲା। ଦୁଇ ଅମ୍ପିୟାର ବୁଲା ମହାପାତ୍ର ଓ ରାଜୁ ନାୟକ ଖେଳ ପରିଚାଳନା କରିଥିଲେ। ଆଜିର ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବନିପାଟ କ୍ରିକେଟ ଟିମ୍ ର ବୁକୁ ରାଉତ ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ବନିପାଟ କ୍ରିକେଟ ଟିମ୍ ର କ୍ୟାପଟେନ ବାବାଜୀ ରାଉତ ମ୍ୟାନ ଅଫଦି ସିରିଜ୍ ବିବେଚିତ ହୋଇଥିଲେ। ମୁଖ୍ୟ ଅତିଥି ସମାଜସେବୀ ବିଜୟ ରାଉତ ବନିପାଟ ରାଉତ ଇଲେଭେନ୍ କ୍ରିକେଟ ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ବଳେଇପୁରୁ ବଜରଙ୍ଗୀ କ୍ରିକେଟ ଟିମ୍ ର ସମସ୍ତ ସଦସ୍ୟମାନେ ଏହି ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
10