ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ

ଏରସମା, 18/05/2025, ଉତ୍କଳ voice news - utkalvoicenews.com
Article Image
ପ୍ରାକୃତିକ ବିପର୍ଯ୍ୟୟ ଯଥା ,ବାତ୍ୟା ,ବନ୍ୟା ସମୟରେ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା କମିଟି (ଓସଡାମା ) ସହିତ ୧୯୯୯ ମସିହା ମହାବାତ୍ୟା ପରେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲା ।ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଘରର କବାଟ ,ଝରକା ସବୁ ନଷ୍ଟ ହୋଇଯାଇଥିଲା ବେଳେ ଛାତରୁ ପ୍ଲାଷ୍ଟର ଖସୁଛି ।ସୂଚନା ଥାଉକି ବାଲିତୁଠ ପଞ୍ଚାୟତ ସରକାରୀ ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ଏକ ୨ମହଲା ବିଶିଷ୍ଟ ବାତ୍ୟା ଆଶ୍ରୟସ୍ଥଳ ।ଏବେ ଏହି ବାତ୍ୟା ଆଶ୍ରୟସ୍ଥଳୀଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ।ଝରକା ,କବାଟ ଠାରୁ ଆରମ୍ଭ କରି ଛାତରୁ ପ୍ଲାସ୍ଟର ଖସିବା ଆରମ୍ଭ କଲାଣି ।ଜନସାଧାରଣଙ୍କୁ ଆଶ୍ରୟ ଦେବାକୁ ନିର୍ମାଣ କରାଯାଇଥିବା ଏହି ବାତ୍ୟା ଆଶ୍ରୟସ୍ଥଳୀଟି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଘର ନିର୍ମାଣ ହେବଦିନଠାରୁ ଥରୁଟିଏ ବି ମରାମତି ହୋଇନାହିଁ ।ଏଣୁ ଏରସମା ବ୍ଳକ ପ୍ରଶାସନ ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରିବା ପାଇଁ ବିଦ୍ୟାଳୟର ଅଭିଭାବକ ମାନଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।
1