ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନଡିଆ ଚୋରି କରୁଥିବା ସମୟରେ ଦୃର୍ବୁତ୍ତ ସାଇକେଲ ସହିତ ଚୋରି ସାମଗ୍ରୀ ଛାଡି ପଳେଇଲ

ଏରସମା, 18/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ  ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଚଟୁଆ ଗ୍ରାମର ବାବାଜୀ ସାହୁଙ୍କ ବାଡିରୁ ଗତକାଲି ବିଳମ୍ବିତ ରାତ୍ରରେ ଏକାଧିକ ଦୃର୍ବୁତ୍ତ ତାଙ୍କ ବାଡିରେ ଥିବା ନଡ଼ିଆ ଗଛରୁ ନଡ଼ିଆ ଚୋରିକରୁ ଥିବା ସମୟରେ ବାବାଜୀ ସାହୁଙ୍କ ବଡ଼ଭାଇ ଶ୍ରୀଧର ସାହୁ ବାହାରକୁ ଆସିବା ସମୟରେ ଦୃର୍ବୁତ୍ତ ମାନଙ୍କୁ ଦେଖି ଯୋରରେ ଡାକ ପାକାଇବାରୁ ଅନ୍ଧାରର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ଖସି ପଳାଇ ଯାଇଥିଲେ। ଯିବା ସମୟରେ ଚୋରମାନେ ବ୍ୟବହାର କରିଥିବା ଏକ ସାଇକେଲ,ଏକ କଟୁରୀ ଓ ଏକ ଗଛଧରା ରସି ସହିତ ଦୁଇ ବସ୍ତା ନଡ଼ିଆ ଛାଡ଼ି ଚାଲି ଯାଇଥିଲେ। ବାବାଜୀ ସାହୁ ଓ ଗ୍ରାମବାସୀମାନେ ଚୋରି ସାମଗ୍ରୀକୁ ଉଦ୍ଧାର କରିବା ସହିତ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚଟୁଆ ଅଞ୍ଚଳରେ ନିକଟରେ ବାରମ୍ବାର ଏଭଳି ଚୋରି ହୋଇଥିବାରୁ ଦୃର୍ବୁତ୍ତ ମାନଙ୍କୁ ତୁରନ୍ତ ଧରିବା ପାଇଁ ଗ୍ରାମ ବାସୀଙ୍କ ତରଫରୁ ପୋଲିସ ପାଖରେ ଦାବି କରାଯାଇଛି। ଖବର ଲେଖା ହେବା ବେଳକୁ କୁଜଙ୍ଗ ପୋଲିସ ଆସାମୀମାନଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରଖିଛି।
Article Image
10