ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲୋକନାଥ ଚୌଧୁରୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ସହିତ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଏରସମା, 19/05/2025, ଉତ୍କଳ voice news - utkalvoicenews.com ଏରସମା,୧୯/ଦଳଗତ ନିର୍ବିଶେଷରେ ସଂଗ୍ରାମୀ ନେତା
Article Image
ଲୋକନାଥ ଚୌଧୁରୀଙ୍କ ୧୦୦ତମ ଜନ୍ମ ଶତଵାର୍ଷିକ ଉତ୍ସବରେ ଏରସମା ତହସିଲ ପଡିଆରେ ବିରାଟ ଶ୍ରଦ୍ଧାଞ୍ଜଳି ସଭା ଓ ଲୋକନାଥ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଉନ୍ମୋଚନ ପରେ,ଲୋକନାଥ ଚୌଧୁରୀ ସ୍ମୃତି କମିଟି ପକ୍ଷରୁ, ଅରୁଣ ବେହେରାଙ୍କ ସମ୍ପାଦନାରେ ଏକ ଶ୍ରଦ୍ଧାଞ୍ଜଳି ପୁସ୍ତିକା ଉନ୍ମୋଚନ ହୋଇଥିଲା। ସାମ୍ୟବାଦୀ ନେତା ଶଶୀଭୂଷଣ ସ୍ବାଇଁଙ୍କ ସଭାପତିତ୍ବରେ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ରାଜ୍ୟ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜେଡ଼ିର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଓଡିଶା ରାଜ୍ୟ ବିଜୁ ଜନତାଦଳର ଉପସଭାପତି ଦେବି ପ୍ରସାଦ ମିଶ୍ର, ଜଗତସିଂହପୁର ସାଂସଦ ବିଭୂପ୍ରଶାଦ ତରାଇ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ ଆଶିଷ କାନୁନଗୋ , ଛତ୍ରପୁର ପୂର୍ବତନ ବିଧାୟକ କମ୍ରେଡ ନାରାୟଣ ରେଡି, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଆଇନଜୀବୀ ଡ଼ ସୁଶାନ୍ତ କାନୁନଗୋ,ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଛାୟତ, ଏରସମା ପଞ୍ଚାୟତ ସରପଞ୍ଚ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଲୋକନାଥ ଚୌଧୁରୀ ଜଣେ ସାମ୍ୟବାଦୀ, ଜନ ନୟକ, ବିପ୍ଲବୀ ନେତାଥିଲେ,ତାଙ୍କ କର୍ମମୟ ଜୀବନ ସମ୍ପର୍କରେ ନେତାମାନେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଭଳି ନେତା ପୃଥିବୀରେ ବିରଳ ଓ ଏରସମା ପାଇଁ ଗର୍ବ ଓ ଗୌରବ ବୋଲି ଅତିଥି ମାନେ କହିଥିଲେ। ଚଟୁଆ ପଞ୍ଚାୟତର ସାମ୍ୟବାଦୀ ନେତା ଧୃବ ଚରଶ ପାତ୍ର, ଆଇନଜୀବୀ ବୀର ନାରାୟଣ ପାତ୍ର,ବଟ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଲୋକନାଥ ମହାନ୍ତି,ଦୀଜରାଜ ଦାସ, ନିତ୍ୟାନନ୍ଦ ଦାସ,ରବି ଦାସ, ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ଲୋକନାଥ ଚୌଧୁରୀଙ୍କୁ ଭଲପାଉଥିବା ସହସହ କର୍ମୀ ପରିଚାଳନା କରିଥିଲେ।
Article Image
1