ପାରାଦୀପ ଗଡ, 19/05/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତରେ ଭାରତ ର ବୀର ଯବାନ ମାନଙ୍କ ପରାକ୍ରମ ରେ ପାକିସ୍ଥାନ ଧରାଶାୟୀ ହେବା ପରେ ଯବାନ ମାନଙ୍କ ମନବଳ ବଢ଼ାଇବା ଉଦ୍ଧେଶ୍ୟରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ତରଫରୁ "ପରାକ୍ରମ ଶୋଭାଯାତ୍ରା" ଅନୁଷ୍ଠିତ ହୋଇଯାଇଛି l ବରିଷ୍ଟ ବିଜେପି ନେତା ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ନେତୃତ୍ୱ ରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଉକ୍ତ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପାରାଦୀପ ଗଡ ଗ୍ରାମ ପରିକ୍ରମା କରିଥିଲେ l ଶୋଭାଯାତ୍ରା ରେ ପାକିସ୍ଥାନ ମୂର୍ଦାବାଦ୍, ହିନ୍ଦୁସ୍ଥାନ ଜିନ୍ଦାବାଦ, ବନ୍ଦେ ମାତରଂ ଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ଏମ୍.ବି.କେ ଶ୍ରୀମତୀ କଳ୍ପନା ମହାପାତ୍ର, ଜୟନ୍ତ ସେନାପତି, ମନୋଜ ରାଉତ, ରାଜେନ୍ଦ୍ର ବେହେରା, ସଂଗ୍ରାମ ସାହୁ, ଧନେଶ୍ଵର ସାହୁ, ଅଲେଖ ମହାରଥା, ରମେଶ ବେହେରା, ମିଲି ମଲ୍ଲିକ, ସତ୍ୟଭମା ସ୍ୱାଇଁ, ରେବତୀ ସ୍ୱାଇଁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ l