ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡା ରେ "ଅପରେସନ ସିଦୂର"ର ସଫଳତା ଉଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା

ବୁଗୁଡ଼ା, 20/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ସହରରେ "ଅପରେସନ ସିନ୍ଦୂର"ର ସଫଳତା ଉଦେଶ୍ୟରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ୨୦/୦୫/୨୫ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅପରେସନ ସିନ୍ଦୂର ର ସଫଳତା ଯୋଗୁଁ ଭାରତର ବୀର ସୈନିକମାନେ ଆତଙ୍କବାଦିଙ୍କ ବିରୁଦ୍ଧରେ ନିଆଯାଇଥିବା ସାହସିକ ଆକ୍ରମଣ ପଦକ୍ଷେପକୁ ସମର୍ଥନ ଏବଂ ଉତ୍ସାହିତ କରିବା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡା ନଗର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ୱାବଧାନରେ ଆଜି ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ହଜାର ହଜାର ଲୋକଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସାମିଲ ହୋଇ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରୁ ବିରାଟ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ହାଇସ୍କୁଲ ଛକ , ବୁଗୁଡ଼ା ବସଷ୍ଟାଣ୍ଡ, ମୁଖ୍ୟ ସଡ଼କ ଦେଇ ମଦନମୋହନ ଛକ ଠାରେ ପହଞ୍ଚି ଏକ ସଭାର ଆୟୋଜନ କରି ଭାରତର ବୀର ଯବାନଙ୍କ ବୀରତ୍ୱର ଗାଥା ଗାଇ,ଦେଶ ପାଇଁ ବଳିଦାନ ଦେଇଥିବା ସୈନିକ ମାନଙ୍କ ବଳିଦାନ କୁ ନମନ୍ କରି ସେମାନଙ୍କ ପାଇଁ ଆଜି ଆମେ ସୁରକ୍ଷିତ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପ କୁ ପ୍ରଶଂସା ମଧ୍ଯ କରିଥିଲେ । ଏହାପରେ ଶୋଭାଯାତ୍ରା ବୁଦ୍ଧଖୋଲ ଛକ ଦେଇ ବ୍ଳକ ଛକ ଠାରେ ଶେଷ ହୋଇଥିଲା। ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗା ନାୟକ, ବ୍ଳକ ବିଧାୟକ ପ୍ରତିନିଧି ହରିହର ସାହୁ, ଏନ୍ ଏ ସି ବିଧାୟକ ପ୍ରତିନିଧି ୟୁ ଯଜ୍ଞ ନାରାୟଣ ପାତ୍ର, ଯୁବ ମୋର୍ଚା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର , ଏନ୍ ଏ ସି ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର ସମେତ ଅଙ୍ଗନବାଡ଼ି ସି ଆର ପି,ଏମ୍ ବି କେ ଓ ଆଶା କର୍ମୀ ସହ ସ୍ଥାନୀୟ ଜନସାଧାରଣ ଏହି ଶୋଭାଯାତ୍ରା ଯୋଗଦେଇଥିଲେ।
Article Image
1