ଏରସମା, 20/05/2025, ଉତ୍କଳ voice news - utkalvoicenews.comଏରସମା ଆଞ୍ଚଳିକ ପୂଜ୍ୟ ପୂଜା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟ

ସଭାପତି ପଣ୍ଡିତ ନାଗୁ ଚରଣ ଦେବତା, ସମ୍ପାଦକ ମହେଶ୍ୱର ସ୍ୱାଇଁ, କାର୍ଯ୍ୟକାରୀ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ, ଉପସଭାପତି କୈଳାସ ଚନ୍ଦ୍ର ପ୍ରଧାନ, ପ୍ରଗତିବାଦୀ ପ୍ରତିନିଧି ଚନ୍ଦ୍ରଜିତ ଦାସ, ସମ୍ବାଦ ପ୍ରତିନିଧି ତୃପ୍ତି ରଞ୍ଜନ ମହାନ୍ତି, ପୂର୍ବତନ ସରପଞ୍ଚ ସମ୍ପଦ ବାରିକ, ରାଜନ ବେହେରା, ବାବୁ ସ୍ୱାଇଁ, ଆୟୁଷ ସାମନ୍ତରାୟ,ସମାଜସେବୀ ବାବାଜୀ ମଲିକ, ହୃଷିକେଶ ଜେନା ପ୍ରମୁଖଙ୍କ ସହାୟତାରେ ବିଭିନ୍ନ ମନ୍ଦିରରେ ପୂଜକ ମାନଙ୍କୁ ଆବର୍ଜନା ପରିଷ୍କାର ଟ୍ରେ ପ୍ରଦାନ କରାଯାଇଛି l ଇବ୍ରିସିଂ ଉତ୍ତରେଶ୍ଵରୀ ମନ୍ଦିର, ସିହା ଉତ୍ତରେଶ୍ଵରୀ ମନ୍ଦିର,ଗଡ଼କୁଜଙ୍ଗ ଜଗନ୍ନାଥ ମନ୍ଦିର, ଏରସମା ଜଗନ୍ନାଥ ମନ୍ଦିର, ଶ୍ରୀରାମପୁର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରଭୃତି ମନ୍ଦିରରେ ଚାରିଟି ଲେଖାଏଁ ଟ୍ରେ ବଣ୍ଟନ କରାଯାଇଥିବାବେଳେ ଆଗାମୀ ଦିନରେ ସରବନ୍ତ ଜଗନ୍ନାଥ ମନ୍ଦିର ତଥା ଅନ୍ୟାନ୍ୟ ମନ୍ଦିରରେ ଏହି ବଣ୍ଟନ କାର୍ଯ୍ୟ ଚାଲୁ ରହିବାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି l ମନ୍ଦିରର ଆବର୍ଜନା ସୁରକ୍ଷିତ କରି ଏଗୁଡିକୁ ଯଥା ସ୍ଥାନରେ ନିକ୍ଷେପ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ଏହି ଅଭିନଵ ଯୋଜନା ପୂଜ୍ୟ ପୂଜା ଟ୍ରଷ୍ଟ ହାତକୁ ନେଇଥିବାବେଳେ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି l