କୁଜଙ୍ଗ, 29/12/2024, ଉତ୍କଳ voice news - utkalvoicenews.comଲଘଚାପ ଜନିତ ଅଦିନିଆ ଲଗାଣ ବର୍ଷାରେ ଫସଲ ହାନିର କ୍ଷୟ କ୍ଷତି ସମ୍ପକରେ ଏକ ସମୀକ୍ଷା ବୈଠକ କୁଜଙ୍ଗ ସ୍ଥିତ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ,ଜିଲ୍ଲାପାଳ ଜେ.ସୋନାଲ,ତହସିଲଦାର ସ୍ୱରୁପ୍ ନନ୍ଦନ ବେହେରା,ଜଗତସିଂହପୁର ପ୍ରକଳ୍ପ ନିର୍ଦ୍ଦେଶକ ରବି ନାରାୟଣ ଜେଟି, ମଣ୍ଡଳ ଉନ୍ନୟନ ଅଧିକାରୀ ଦ୍ଵିପକ ପ୍ରସାଦ ସ୍ବାଇଁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ସୂଚନା ଥାଉକି କୁଜଙ୍ଗ ବ୍ଲକର ୨୮ଟି ପଞ୍ଚାୟତରେ ୧୩ହଜାରରୁ ଉର୍ଦ୍ଧ ହେକ୍ଟର ଜମିରେ ଧାନ ଚାଷ ଅଦିନିଆ ଲଘଚାପ ଜନିତ ଲଗାଣ ବର୍ଷାରେ ପାଣିରେ ଭିଜି ଗଜା ହୋଇଥିବା ନେଇ ବିଭିନ୍ନ ଚାଷୀ ସଂଗଠନ କର୍ମକର୍ତ୍ତା ଅଭିଯୋଗ କରିବା ସହ ତୁରନ୍ତ ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ।ଆଜିର ଏହି ସମୀକ୍ଷା ବୈଠକରେ ଯେଉଁ ଚାଷୀ ମାନଙ୍କର କ୍ଷୟକ୍ଷତି ହୋଇଛି ଏବଂ ପଞ୍ଜିକରଣ କରିନାହାଁନ୍ତି ଆସନ୍ତା କାଲି ସୁଦ୍ଧା ଏହି ଟୋଲ୍ ଫ୍ରି ନଂରେ ୧୪୪୪୭ ଚାଷୀ ମାନେ ନିଜ ମୋବାଇଲରେ ପଞ୍ଜୀକୃତ କରାଇ ନେବାକୁ କହିଥିଲେ।ଆଜିର ଏହି ବୈଠକରେ ବିଜେପି ଜିଲ୍ଲା ସମ୍ପାଦକ ତପନ କୁମାର ତ୍ରିପାଠୀ,କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ,ବାଗୋଇ ସରପଞ୍ଚ ପ୍ରଭାଞ୍ଜଳୀ ସେଠୀ,ନୁଆଗଡ଼ ସରପଞ୍ଚ ଦେବେନ୍ଦ୍ର ରାଉତ,ଅଗପାଳ ସରପଞ୍ଚ ବିପିନ୍ ବିଶ୍ବାଳ,ପଙ୍କପାଳ ସରପଞ୍ଚ ସରୋଜ ସେଠୀ,କୁଜଙ୍ଗ ସମିତି ସଭ୍ୟା ସସ୍ମିତା ନାୟକଙ୍କ ସମେତ ୨୮ଟି ପଞ୍ଚାୟତର ବହୁ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।